Pratidin TV

Odisha's Digital News Platform

ଟି-୨୦ର ୪ର୍ଥ ମ୍ୟାଚ ପୂର୍ବରୁ ଷ୍ଟାଡିୟମ ଦେଖାଦେଲା ସମସ୍ୟା, କିଭଳି ଖେଳାଯିବ ଆଜି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ..

1 min read

ଆଉ ଦେଢ ଘଣ୍ଟା ପରେ ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯିବ ଚତୁର୍ଥ ଟି-୨୦ । ଆଜି ରାୟପୁର କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ରହିଛି । ହେଲେ ମ୍ୟାଚ ଆରମ୍ଭ ପୂର୍ବରୁ ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ଏକ ଅଭାବନୀୟ ସ୍ଥିତି ଦେଖା ଦେଇଛି । ଦେଖା ଦେଇଛି ବଡ ସମସ୍ୟା ।ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । ହେଲେ ଆଜି ମ୍ୟାଚ ଖେଳାଯାଇପାରିବ କି ନାହିଁ ତାହାକୁ ନେଇ ସମସ୍ୟା ଦେଖାଦେଇଛି । ରାୟପୁର କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ବିଜୁଳି ବିଭାଗ ଷ୍ଟାଡିୟମରୁ ବିଜୁଳି ସଂଯୋଗ ବିଛିନ୍ନ କରିଛି । ଏହାର କାରଣ ଭାବେ ବିଜୁଳି ବିଲ ବକେୟା ବୋଲି କୁହାଯାଇଛି । ଛତିଶଗଡର ରାଜଧାନୀ ରାୟପୁରରେ ଥିବା ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନାମ ରହିଛି ସହିଦ ନାରାୟଣ ସିଂ ଅର୍ନ୍ତରାଷ୍ଟ୍ରୀୟ କ୍ର୍ରିକେଟ ଷ୍ଟାଡିୟମ ।

ଏହି ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି । ହେଲେ ଆଜିର ମ୍ୟାଚ ଖେଳାଯିବା ପୂର୍ବରୁ ଏକ ବଡ ସମସ୍ୟା ଦେଖାଦେଇଛି । ଷ୍ଟାଡିୟମ ତରଫରୁ ଗତ ୫ ବର୍ଷ ହେବ ବିଜୁଳି ବିଲ୍ ପୈଠ କରାଯାଇନାହିଁ । ଯାହା ବୃଦ୍ଧି ପାଇ ଏବେ ୩.୧୬ କୋଟି ଟଙ୍କାରେ ପହଂଚିଛି । ଅତ୍ୟଧିକ ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଷ୍ଟାଡିୟମରୁ ଲାଇନ୍ କଟାଯାଇଥିବା ଜଣାପଡ଼ିଛି । ୩ କୋଟି ୧୬ ଲକ୍ଷ ବିଲ୍ ବାକି ପାଇଁ ୫ ବର୍ଷ ତଳୁ କଟାଯାଇଛି ଲାଇନ୍ । ତେବେ ମ୍ୟାଚ୍ ପାଇଁ ବିଶେଷ ଅନୁରୋଧରେ ଅସ୍ଥାୟୀ ସଂଯୋଗ ଦିଆଯାଇଛି । ହେଲେ ୨୦୦ କେଭିର ସଂଯୋଗ ଦିଆଯାଇଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ୨୦୦ କେଭିରେ କେବଳ ଗ୍ୟାଲେରୀ ଓ ବକ୍ସ ଆଲୋକିତ ହୋଇପାରିବ । ଫ୍ଲଡ୍ ଲାଇଟ୍ ପାଇଁ ୨୦୦ କେଭି ପର୍ଯ୍ୟାପ୍ତ ହେଉନଥିବାରୁ ଅଚଳାବସ୍ଥା ଦେଖା ଦେଇଛି । ରାୟପୁର ଷ୍ଟାଡିୟମର ଏଭଳି ସ୍ଥିତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *