Pratidin TV

Odisha's Digital News Platform

ମୋ ସମୟ ଆସିଲା ମୁଁ ଉତ୍ତର ଦେଲି..ଲୋକଙ୍କ ସମାଲୋଚନାର ଜବାବ ସେମିଫାଇନାଲରେ ଦେଲେ ଶ୍ରେୟସ ..

1 min read

୨୦୨୩ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରି ସାରିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ଏବଂ ଶ୍ରେୟସ୍ ଅୟର ଶତକ ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ସେଞ୍ଚୁରୀ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ପାଇଁ ୩୯୭ ରନର ଲକ୍ଷ୍ୟ ସ୍ଥିର କରିବାରେ ସଫଳ ହୋଇଥିଲା । ତେବେ ଏହି ମ୍ୟାଚ ପରେ ବିରାଟ କୋହଲି ଦିନିକିଆ ଫର୍ମାଟରେ ନିଜର ୫୦ ତମ ଶତକ ହାସଲ କରିଥିବାବେଳେ ଶ୍ରେୟସ ଅୟର ୬୭ ବଲରେ ଶତକ ହାସଲ କରିଛନ୍ତି । ଏହି ଟୁର୍ନାମେଣ୍ଟ ଆରମ୍ଭରେ ଶ୍ରେୟସ୍ ଅୟରଙ୍କ ପ୍ରଦର୍ଶନ ବିଶେଷ କିଛି ଖାସ ନଥିଲା, ସେ ସର୍ଟ ବଲ୍ ଖେଳିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା, କିନ୍ତୁ ଆୟର ଗତକାଲି ଖେଳିଥିବା ମ୍ୟାଚ ପରେ ସମସ୍ତ ସମାଲୋଚକଙ୍କୁ ଚୁପ୍ କରିଦେଇଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରେୟସ୍ ଅୟର ୪ଟି ଚାରି ଓ ୮ଟି ଛକା ସହାୟତାରେ ୭୦ ବଲରେ ୧୦୫ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସ ଖେଳିବା ପରେ ସମାଲୋଚକମାନଙ୍କୁ ସେ ଜବାବ ଦେଇ କହିଛନ୍ତି, ‘ବିଶ୍ୱକପ୍‌ର ପ୍ରଥମ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ରେ ମୋର ପ୍ରଦର୍ଶନ ଭଲ ନଥିଲା । ମୁଁ ଏକ ଭଲ ଆରମ୍ଭ ପାଇଲି, କିନ୍ତୁ ମୁଁ ଏହାକୁ ଆଉ ନେଇ ପାରିଲି ନାହିଁ । ଯଦି ତୁମେ ସ୍କୋର ଦେଖ, ମୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ବିରୁଦ୍ଧରେ ବାହାରି ନାହିଁ । ଏହା ପରେ ମୁଁ ଦୁଇଟି ଖରାପ ଇନିଂସ ଖେଳିଥିଲି, ଯେଉଁଥିପାଇଁ ଲୋକମାନେ କହିଥିଲେ ଯେ ମୋର କିଛି ଚିନ୍ତାରେ ରହିଛି । ଯାହାକୁ ଶୁଣି ମୁଁ ଭିତରୁ ବହୁତ ରାଗିଗଲି ।

Advertisement

ମୁଁ ଏହି କ୍ରୋଧ ଦେଖାଇ ନଥିଲି କାରଣ ମୁଁ ଜାଣିଥିଲି ଯେ ମୋର ସମୟ ଆସିଲେ ମୁଁ ସେମାନଙ୍କୁ ପ୍ରମାଣ କରି ଦେଖାଇବି । ଏହି ଟୁର୍ନାମେଣ୍ଟରେ ଶ୍ରେୟସ୍ ଅୟର ହାରାହାରି ୭୫.୪ ଏବଂ ଷ୍ଟ୍ରାଇକ୍ ହାର ୧୧୩.୧୨ ରେ ୧୦ ଇନିଂସରେ ୫୨୬ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଦୁଇ ଶତକ ଏବଂ ତିନି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ତେବେ କାଲିର ଦମଦାର ପାରି ଖେଳି ସମସ୍ତ ମୁହଁ ବନ୍ଦ କରି ଦେଇଛନ୍ତି ଶ୍ରେୟସ । ପାଟିରେ କହିବା ବଦଳରେ ବ୍ୟାଟରେ ଲୋକଙ୍କୁ ଜବାବ ଦେଇଥିଲେ ଅୟର ।

Leave a Reply

Your email address will not be published. Required fields are marked *