Pratidin TV

Odisha's Digital News Platform

ସୁପର ସଣ୍ଡେ’ରେ ସୁପର ଫାଇଟ: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ..

1 min read

ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେଣୁ ଆଜିର ମ୍ୟାଚକୁ ଚାହିଁ ରହିଛନ୍ତି ପ୍ରତିଟି କ୍ରିକେଟ ପ୍ରେମୀ । ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ନିଜ ପ୍ରତିଦ୍ୱନ୍ଦିକୁ ମାତ୍ ଦେବାକୁ ଜୋରଦାର ପ୍ରୟାସ ଜାରି ରଖିବେ । ତେବେ ଆଜିର ମ୍ୟାଚରେ କାହାର ରହିବ  ପଲ୍ଲା ଭାରି । ଆଜି ନ୍ୟୁୟର୍କରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ଯାହାକୁ ନେଇ ଆଜି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।

  ରବିବାର ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଯାଉଛି । ଭାରତୀୟ ସମୟ ଅନୁସାରେ  ରାତି 8 ଟାରୁ ମ୍ୟାଚ୍ ଆରମ୍ଭ ହେବ । ତେବେ ସମାନ ଗ୍ରାଉଣ୍ଡରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଶେଷ ମ୍ୟାଚ ଜିତିଥିବାବେଳେ ପାକିସ୍ତାନକୁ ଆମେରିକାର ଅପମାନଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ସିରିଜରେ ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିସାରିଛି । ଆୟର୍ଲାଣ୍ତ-ଇଣ୍ତିଆ ମ୍ୟାଚରେ ଓପନିଂ କରିଥିଲେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ମ୍ୟାଚରେ ଅର୍ଥାତ୍ ପାକିସ୍ତାନ ବିପକ୍ଷରେ ମଧ୍ୟ ଓପନିଂ କରିବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *