Pratidin TV

Odisha's Digital News Platform

ଭାରତୀୟ ବୋଲରଙ୍କ କମାଲ,୧୧୬ ରନରେ ଆଣ୍ଠେଇ ପଡିଲେ ଦକ୍ଷିଣ ଆଫ୍ରିକା ..

1 min read

ଆଜିଠୁ ଆରମ୍ଭ ହୋଇଛି ଭାରତ -ଦକ୍ଷିଣ ଆଫ୍ରିକାର ଦିନିକିଆ ସିରିଜି। ଭାରତୀୟ ସମୟ ଅନୁସାରେ ଦିନ ୧ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମେ ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସୟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ। ତେବେ ୫୦ ଓଭର ଖେଳିବାକୁ ଥିବା ବେଳେ ମାତ୍ର ୨୭.୩ ଓଭରେ ଦକ୍ଷିଣ ଆଫ୍ରିକା ଆଣ୍ଠେଇ ପଡିଛି। ମାତ୍ର ୧୧୬ରନ କରି ସମସ୍ତ ୱିକେଟ ହରାଇ ବସିଛି ସାଉଥ ଆଫ୍ରିକା। ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଟିମ୍ ଅର୍ଶଦୀପ ଏବଂ ଆବେଶ ଖାନଙ୍କ ବୋଲିଂରେ ଧରାଶାୟୀ ହୋଇଛି। ଅର୍ଶଦୀପ ୫ଟି ୱିକେଟ ନେଇଥିବା ବେଳେ ଆବେଶ ୪ଟି ଏବଂ କୁଲଦୀପ ୧ଟି ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଟିମ୍ ପକ୍ଷରୁ ଆଣ୍ଡଲେ ଫେଲୁକୟୋ ସର୍ବାଧିକ ୩୩ ରନ୍ କରିଛନ୍ତି । ତେବେ ଭାରତରୁ ୧୧୭ ରନ କରି ସହଜ ବିଜୟ ହାସଲ କରିପାରିବ।

Leave a Reply

Your email address will not be published. Required fields are marked *