Pratidin TV

Odisha's Digital News Platform

୫ଟି ଦୃଢ ସଂକଳ୍ପ ନେଲେ ପ୍ରଧାନମନ୍ତ୍ରୀ : ଏହାସହ ଭ୍ରଷ୍ଟାଚାର ଓ ପରିବାଦବାଦ ଉପରେ ନେବେ ବଡ ପଦକ୍ଷେପ

1 min read

ନୂଆଦିଲ୍ଲୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କୋଣ ଅନୁକୋଣରେ ଦେଖାଦେଇଛି ଖୁସିର ଲହରୀ । ସେହିପରି ଆଜି ଲାଲକିଲ୍ଲାରୁ ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମଦୋର ମୋଦି ନେଇଛନ୍ତି ୫ ଟି ଦୃଢ ସଂକଳ୍ପ । ଆଗାମୀ ୨୫ ବର୍ଷ ପାଇଁ ଦେଇଛନ୍ତି ବ୍ଲୁ-ପ୍ରିଣ୍ଟ । ସେ କହିଛନ୍ତି ଯେ ଆମ ଦେଶ ଭାରତବର୍ଷ ଅଭାବ ,ଉପହାସ ଭିତର କେବେ ବି ପଛକୁ ଫେରିନି । ଗୁଲାମୀ ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢୁଛୁ । ହଁ ଆତଙ୍କବାଦ ଜରିଆରେ ଛଦ୍ମ ଯୁଦ୍ଧ ଚାଲିଛି,ମାତ୍ର ଆଗକୁ ବଢୁଛି ଦେଶ ।

ଭାରତର ବିବିଧତା ହେଉଛି ଆମର ଶକ୍ତି ।ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜଜନୀ । ୨୦୧୪ରେ ଦେଶବାସୀ ମୋତେ ଦାୟିତ୍ୱ ଦେଇଥିଲେ । ଏହାକୁ ମୁଁ ମୋ ପ୍ରାଣ ପ୍ରଣେ ନିଭାଇଛି ଓ ଆଗକୁ ମଧ୍ୟ ନିଭାଇବି ।ଗତ ତିନି ଦିନରେ କୋଣ ଅନୁକୋଣରେ ଉଡୁଥିବା ତ୍ରିରଙ୍ଗା ଏହାର ପ୍ରମାଣ । ଏକତା ହେଉଛି ଆମ ଭାରତବାସୀଙ୍କ ସର୍ବବୃହତ ବଳ । ଯେପର୍ଯ୍ୟନ୍ତ ଆମେ ଏକତା ବଜାୟ ରଖିବା ସେ ପର୍ଯ୍ୟନ୍ତ କୌଣସି ଶତ୍ରୁ ଆମ ଦେଶର କିଛି କ୍ଷତି କରିପାରିବ ନାହିଁ ।


ଏହାପରେ ସେ ୫ ଟି ସଂକଳ୍ପ ବିଷୟରେ କହିଥିଲେ –
ପ୍ରଥମ ସଙ୍କଳ୍ପ- ବିକଶିତ ଭାରତ ପାଇଁ


ଦ୍ୱିତୀୟ ସଙ୍କଳ୍ପ- କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ।


ତୃତୀୟ ସଙ୍କଳ୍ପ- ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା ଉଚିତ୍। ଏହା ହେଉଛି ସେହି ଉତ୍ତରାଧିକାରୀ, ଯିଏ ଏକଦା ଭାରତକୁ ସ୍ୱର୍ଣ୍ଣିମ ଯୁଗ ଦେଇଥିଲା।


ଚତୁର୍ଥ ସଙ୍କଳ୍ପ- ଦେଶରେ ଏକତା ଓ ଏକଜୁଟ ବଜାୟ ରଖିବା। ଦେଶର ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହୁ।


ପଞ୍ଚମ ସଙ୍କଳ୍ପ- ପଞ୍ଚମ ସଙ୍କଳ୍ପ ହେଉଛି ନାଗରିକମାନଙ୍କର କର୍ତ୍ତବ୍ୟ। ଏଥିରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍ ପଡିବେ ନାହିଁ।


ଏହା ସହ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ପାଇଁ ଆମକୁ ୨ଟି ଜିନିଷ ଉପରେ ଗୁରୁତ୍ୱ ଦେବାକୁ ହେବ । ସେଥିମଧ୍ୟରୁ ଗୋଟିଏ ଭ୍ରଷ୍ଟାଚାର ଓ ଅନ୍ୟଟି ହେଉଛି ପରିବାରବାଦ ଠାରୁ ଦୁରେଇ ରହିବାକୁ ହେବ । ଭ୍ରଷ୍ଟାଚାର ଦେଶକୁ ଖୋଳ କରୁଛି । ଆସନ୍ତୁ ମିଶିକି ଏହାର ପ୍ରତିବାଦ କରିବା । ଭ୍ରଷ୍ଟାଚାରି ମାନଙ୍କ ପ୍ରତି ପରିବାରର ଦୟାହିଁ ଅପରାଧକୁ ବଢାଉଛି । ଏନେଇ ସବୁ ଏକ୍ରତ ହୋଇ ଏହାର ପ୍ରତିବାଦ କରିବା ।ଦେଶକୁ ସମ୍ମାନର ଉଚ୍ଚତମ ପାହାଚ ଚଢାଇବା ।ଯାହା ଆପଣମାନଙ୍କ ପ୍ରୟାଶ ଦ୍ୱାରା ହିଁ ସମ୍ଭବ ହୋଇପାରିବ ବୋଲି ମୋଦି ନିଜ ବକ୍ତବ୍ୟରେ କହିଥିଲେ ।

Leave a Reply

Your email address will not be published. Required fields are marked *