Pratidin TV

Odisha's Digital News Platform

ଦିଲ୍ଲୀରେ ଦିତୀୟ ମଙ୍କିପକ୍ସ ଚିହ୍ନଟ : ଆଗକୁ ବିଶ୍ୱରେ ଲାଗୁ ହୋଇପାରେ ଜରୁରୀକାଳିନ ପରିସ୍ଥିତି

ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ଦେଶ ପୋଟିଏ ପରେ ଗୋଟିଏ ମହାମାରୀର ସମ୍ମୁଖୀନ କରୁଛି । ଲୋକମାନଙ୍କୁ ମନରୁ କରୋନାର ଭୟ ଯାଇନଥିବା ବେଳେ , ଏପଟେ ଆତଙ୍କିତ କଲାଣି ମଙ୍କିପକ୍ସ । କେରଲରୁ ୨ ଟି ସକ୍ରମିତ ଚିହ୍ନଟ ହୋଇଥିବାବେଳେ ,ଜୁଲାଇ ୨୫ତାରିଖ ଦିନ ଦିଲ୍ଲୀରୁ ଚିହ୍ନଟ ହୋଇଥିଲା ଜଣେ ଆକ୍ରାନ୍ତ ।

ତେବେ ଏହାପରେ ପୁନଶ୍ଚ ଆଜି ଦିଲ୍ଲୀରୁ ଆଉ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ବ୍ୟକ୍ତିଜଣଙ୍କ ଶରୀରରେ ଚକଡା ଚକଡା ଚିହ୍ନ ଦେଖାଯିବାସହ ତାଙ୍କ ଶରୀରରେ ଜ୍ୱର ମଧ୍ୟ ଅଛି । ତେବେ ଉକ୍ତ ବ୍ୟକ୍ତି ଜଣଙ୍କର ନମୂନା ଟେଷ୍ଟ ପାଇଁ ପୁନେର ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ବାୟଲୋଜିକୁ ପଠାଯାଇଛି ।

ଉକ୍ତ ବ୍ୟକ୍ତି ଜଣଙ୍କ ବିଦେଶ ଯାତ୍ରା କରି ଫେରିଥିବା ସୂଚନା ମିଳିଛି । ଏ ବ୍ୟାକ୍ତି ଜଣଙ୍କୁ ମିଶାଇ ଦେଶରେ ଏଯାଏଁ ୪ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *