Pratidin TV

Odisha's Digital News Platform

ଭାରତୀୟ ଫୁଟବଲ୍ ପାଇଁ ଐତିହାସିକ ମୂହୂର୍ତ୍ତ: ଓଡ଼ିଶାରେ ବ୍ରାଜିଲ ଏବଂ ଆମେରିକା ସହିତ ଖେଳିବ ବିଶ୍ୱକପ୍‌

1 min read

ନୂଆଦିଲ୍ଳୀ: ଭାରତୀୟ ଫୁଟବଲ୍ ପାଇଁ ଏକ ଐତିହାସିକ ମୂହୂର୍ତ୍ତ । ଭାରତ ପ୍ରଥମ ଥର ପାଇଁ ବ୍ରାଜିଲ ଏବଂ ଆମେରିକା ଭଳି ଶକ୍ତିଶାଳୀ ଦଳଙ୍କ ମୁକାବିଲା କରିବାକୁ ଯାଉଛି । ତେବେ ଭାରତୀୟ ସିନିୟର ପୁରୁଷ କିମ୍ବା ମହିଳା ଦଳ ନୁହନ୍ତି ବରଂ ଯୁବ ଖେଳାଳି ମାନେ ହାସଲ କରିବାକୁ ଯାଉଛନ୍ତି ଏହି ମାଇଲଖୁଣ୍ଟ । ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ୍ ଦଳ ଆସନ୍ତା ବିଶ୍ୱକପରେ ବ୍ରାଜିଲ୍ ଏବଂ ଆମେରିକା ପରି ଦଳ ସହିତ ମୁକାବିଲା କରିବ ।

ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍ । ଆୟୋଜକ ଦଳ ଭାବରେ ଭାରତ ଫୁଟବଲ୍ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଛି । ଗ୍ରୁପ୍ ଏ ରେ ସ୍ଥାନ ପାଇଥିବା ଭାରତ ଯୁକ୍ତରାଷ୍ଟ୍ର ଆମେରିକା, ମରକ୍କୋ ଏବଂ ବ୍ରାଜିଲ ସହିତ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛି । ଅକ୍ଟୋବର ୧୧ ତାରିଖରେ ଆମେରିକା ସହିତ ବ୍ଲୁ ଟାଇଗ୍ରେସ୍ ନିଜର ପ୍ରଥମ ମୁକାବିଲା ଖେଳିବ । ଏହାପରେ ୧୪ ତାରିଖରେ ଭାରତ ମରକ୍କୋ ଏବଂ ୧୭ ତାରିଖରେ ବ୍ରାଜିଲ୍ ବିପକ୍ଷରେ ଅନ୍ତିମ ଲିଗ୍ ମୁକାବିଲା ଖେଳିବ । ଏହି ମ୍ୟାଚ୍ ଯଦିଓ ଭାରତ ପାଇଁ ଏତେଟା ସହଜ ରହିବ ନାହିଁ ତେବେ ଭାରତୀୟ ଦଳର ଭବିଷ୍ୟତ ପ୍ରସ୍ତୁତି ପାଇଁ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *