Pratidin TV

Odisha's Digital News Platform

World Cup 2023 ; ଗୁରୁବାର ଭାରତ ବଙ୍ଗଳାଦେଶ ମ୍ୟାଚ୍ ରେ ନଜର ରହିବ ଏହି ୫ ଖେଳାଳୀଙ୍କ ଉପରେ !

1 min read

ନୂଆଦିଲ୍ଲୀ ; ପଛକୁ ପଛ ବିଶ୍ଵକପରେ ୩ ଟି ବିଜୟ ପରେ ମେନ୍ ଇନ୍ ବ୍ଲୁ ଗୁରୁବାର ମହାରାଷ୍ଟ୍ର, ପୁଣେରେ ଭେଟିବେ ପ୍ରତିଦ୍ବନ୍ଦୀ ବଙ୍ଗଳାଦେଶ କୁ ତେବେ ଏହି ମ୍ୟାଚ ରୋମାଞ୍ଚ ପୂର୍ଣ୍ଣ ହେବ ବୋଲି କ୍ରିକେଟ୍ ଖେଳ ସମୀକ୍ଷକ ମତ ଦେଉଛନ୍ତି। ତେବେ ଏଭଳି ୫ ଭାରତୀୟ ଖେଳାଳୀ ଯିଏ ଏହି ଖେଳରେ ପ୍ରଭାବ ପକାଇବେ ବୋଲି ଚର୍ଚ୍ଚା ହେଉଛି ।

୧. ବିରାଟ କୋହଲି, ବିଶ୍ଵକପ ପ୍ରାରମ୍ଭିକ ୨ ମ୍ୟାଚ୍ ରେ ବହୁତ୍ ଦମଦାର ପ୍ରଦର୍ଶନ କରି ମ୍ୟାଚ୍ ଜିତିବାକୁ ସହାୟକ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୮୫ ରନ କରିଥିବା ବେଳେ ଆଫଗାନିସ୍ଥାନ ବିରୋଧରେ ୫୫ ରନ କରିଥିଲେ ପୂର୍ବତନ କ୍ୟାପଟେନ। ତେବେ ତାଙ୍କଠାରୁ ବଙ୍ଗଳାଦେଶ ବିରୋଧରେ ଭଲ ପ୍ରଦର୍ଶନ ଆଶା କରାଯାଉଛି।

୨. ରୋହିତ ଶର୍ମା, ପାକିସ୍ତାନ ବିପକ୍ଷରେ ୮୬ ରନ କରିଥିବା ଓ ଆଫଗାନିସ୍ଥାନ ବିରୋଧରେ ୮ ୱିକେଟ୍ ରେ ଭାରତକୁ ଜିତେଇଥିବା ରୋହିତ ଶର୍ମା ଭାରତର କ୍ୟାପଟେନ, ତେବେ ବଙ୍ଗଳାଦେଶ ବିରୋଧରେ ତାଙ୍କ ଭୟଙ୍କର ରୂପ ଦେଖିବାକୁ ଦର୍ଶକ ଆତୁରତା ସହ ଅପେକ୍ଷା କରିଛନ୍ତି।

୩. ଜସପ୍ରିତ ବୁମରା, ଏହି ବର୍ଷର ଖେଳ ଉପରେ ବୁମରା ଙ୍କ ଗଭୀର ପ୍ରଭାବ ପଡିଛି, ଗତ ତିନୋଟି ମ୍ୟାଚ୍ ରେ ୮ ୱିକେଟ୍ ନେଇଥିବା ବୁମରା ପାକିସ୍ତାନ ବିରୋଧରେ ଖେଳାଯାଇଥିବା ମ୍ୟାଚ୍ ରେ ୨/୧୯ ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ମ୍ୟାଚ୍ ଜିତିଥିଲେ। ତେବେ ଗୁରୁବାର ତାଙ୍କଠାରୁ ବେଶ୍ ଆଶା ରହିବ।

୪. ICC ବିଶ୍ଵକପ ରେ ପାକିସ୍ତାନ ବିରୋଧରେ ଭାରତ ବିଜୟରେ ମହମ୍ମଦ ସିରାଜ୍ ଙ୍କ ଭୂମିକା ବହୁତ୍ ଗୁରୁତ୍ୱପୂର୍ଣ୍ଣ ଥିଲା, ବାବର ଆଜମ ଙ୍କ ୱିକେଟ୍ ସହ ୨/୫୦ ରେ ନିଜ ଉତ୍କୃଷ୍ଟ ପ୍ରଦର୍ଶନ ଦେଇଥିଲେ।

୫. ଶ୍ରେୟସ ଆୟର , ଭାରତ ର ଭରସାଯୋଗ୍ୟ ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ହିସାବରେ ନିଜର ପ୍ରଦର୍ଶନ ଦେଖେଇ ଆସିଛନ୍ତି। ଭାରତ ପାକିସ୍ତାନ ହାଇ ଭୋଲ୍ଟେଜ୍ ମ୍ୟାଚ୍ ରେ ୫୩ ରନ୍ ଭାଗିଦାରୀ କରି ଅପରାଜିତ ରହିଥିଲେ।

ଏବେ ଅପେକ୍ଷା ପୁଣେରେ ଗୁରୁବାର ଖେଳିବାକୁ ଥିବା ଭାରତ ଓ ବଙ୍ଗଳାଦେଶ ଚତୁର୍ଥ ମ୍ୟାଚପାଇଁ।

Leave a Reply

Your email address will not be published. Required fields are marked *