Pratidin TV

Odisha's Digital News Platform

ପୁରୁଷ ନୁହେଁ ଏଥର ହକିରେ ମହିଳାମାନେ ଆଣିଲେ ଏସିଆନ ଚାମ୍ପିଆନ ଟ୍ରଫି..

1 min read

ରାଞ୍ଚି : ଅକ୍ଟୋବର ୫ ଥିଲା ଅଦ୍ଭୁତ ଏବଂ ଅବିଶ୍ୱସନୀୟ । ଗୋଟେ ପଟେ ପୁରୁଷ ବିଶ୍ୱକପ କ୍ରିକେଟରେ ଭାରତ ବିଜୟ ହାସଲ କରିଥିବା ବେଳେ ଅନ୍ୟପଟେ ମହିଳା ମାନେ ମଧ୍ୟ ଆଉ ପଛରେ ନାହାନ୍ତି । ଝାଡଖଣ୍ଡ ରାଞ୍ଚିରେ ଚାଲିଥିବା ମହିଳା ଏସିଆନ ଚାମ୍ପିଆନ୍ସ ଟ୍ରଫି ହକିରେ ଭାରତୀୟ ମହିଳା ବାଜି ମାରି ନେଇଛି । ଘରୋଇ ମାଟିରେ ଭାରତ ସେମିଫାଇନାଲରେ କୋରିଆକୁ ମାତ ଦେଇ ଫାଇନାଲ ଟିକେଟ ହାତେଇଥିଲା ।

ଆଉ କାଲି ଜାପାନକୁ ୪-୦ଗୋଲରେ ହରାଇ ୨ୟ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଟାଇଟଲକୁ ନିଜ ନାଁରେ କରିଛି । ଭାରତ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ୨ୟରେ ଜାପାନ ରୌପ୍ୟ ଏବଂ ଚୀନ ତୃତୀୟରେ ରହି ବ୍ରୋଞ୍ଜ ପଦକ ଜିତଛି । ତେବେ ଜାପାନ ବିପକ୍ଷରେ ଓଡିଶାର ଦୀପଗ୍ରେସ ଏକ୍କା ପ୍ଲେୟାର ଅଫ ଦି ମ୍ୟାଚ ପାଇଛନ୍ତି । ସେହିପରି ସଙ୍ଗୀତା କୁମାରୀ ରାଇଜିଂ ଷ୍ଟାର ଅଫ ଦି ପ୍ଲେୟାର ହୋଇଛନ୍ତି ।

ତେବେ ୬ଟି ମ୍ୟାଚ ଜିତିବା ସହ ଭାରତ ଫାଇନାଲ ଟାଇଟଲକୁ ହାତେଇ ସାରିଛି । ସୂଚନାମୁତାବକ ଏହା ଭାରତର ୨ୟ ଚାମ୍ବିଆନ ଟ୍ରଫି ଅଟେ ପୂର୍ବରୁ ଅର୍ଥାତ ୨୦୧୬ରେ ଭାରତୀୟ ମହିଳା ପ୍ରଥମ ଥର ପାଇଁ ଚାମ୍ପିଆନ ହୋଇଥିଲେ । ତେବେ ମ୍ୟାଚ ଜିତିବା ପରେ ଭାରତୀୟ ଦଳର ଏହି ସଫଳତା ପାଇଁ ହକି ଇଣ୍ଡିଆ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ୩ଲକ୍ଷ ଟଙ୍କା ରାଶି ଘୋଷଣା କରାଯାଇଛି ।

ଗତ ୨୭ରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚାମ୍ପିୟନ ଟ୍ରଫି ଆରମ୍ଭ ହୋଇଥିଲା । ଏଥିରେ ୬ଟି ଦେଶ ଭାଗ ନେଇଥିଲେ । ଭାରତର ତାର ପ୍ରଥମ ମ୍ୟାଚ ଥାଇଲାଣ୍ଡ ସହ ଖେଳିଥିଲା ।

Leave a Reply

Your email address will not be published. Required fields are marked *