Pratidin TV

Odisha's Digital News Platform

କ୍ରିକେଟର କିଙ୍ଗ ହେଲା ଟିମ୍ ଇଣ୍ଡିଆ, ୨୭ବର୍ଷ ପରେ ଅଷ୍ଟ୍ରେଲିଆକୁ ଚଟାଇଲା ଧୂଳି

1 min read

ନୂଆଦିଲ୍ଲୀ : ବିଶ୍ୱକପ ପୂର୍ବରୁ ଭାରତୀୟଭ୍‌କ ପାଇଁ ଆସିଲା ଖୁସିର ଖବର । କିକ୍ରେଟର ୩ଟି ଫର୍ମାଟରେ ୧ନଂ ସ୍ଥାନକୁ ଗଲା ଟିମ ଇଣ୍ଡିଆ । ଟେଷ୍ଟ, ଓଡିଆଇ ଏବଂ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଲା ଭାରତ ।ମୋହାଲିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଦିନିକିଆ ଫର୍ମାଟରେ ବି ୧ ନମ୍ବର ହୋଇଛି । ପୂର୍ବରୁ ଟି ୨୦ ଏବଂ ଟେଷ୍‌ଯରେ କେବଳ ୧ନମ୍ବରରେ ରହିଥିଲା । ଦିନିକିଆରେ ୧୧୬ ପଏଣ୍ଟ ସହ ଟିମ୍ ଇଣ୍ଡିଆ ପ୍ରଥମରେ ରହିଥିବା ବେଳେ ୧୧୫ ପଏଣ୍ଟରେ ୨ୟରେ ପାକିସ୍ତାନ ଏବଂ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛି ଅଷ୍ଟ୍ରେଲିଆ । ସେହିପରି ଟେଷ୍ଟ ମ୍ୟାଚରେ ୧୧୮ ପଏଣ୍ଟ ସହ ଇଣ୍ଡଆ ପ୍ରଥ ଏବଂ ୧୧୭ ପଏଣ୍ଟରେ ୨ୟ ଏବଂ ୩ୟରେ ପାକସ୍ତାନ ରହିଛି । ତେବେ ଦୀର୍ଘ ଦିନ ପରେ ଭାରତୀୟ ଟିମ କ୍ରିକେଟର ସମସ୍ତ ଫର୍ମାଟରେ ୧ନଂ ହୋଇଛି । ଯାହା ସମସ୍ତଙ୍କ ଖେଳପ୍ରେମୀଙ୍କୁ ଖୁସି ଖବର ଆଣି ଦେଇଛି । କ୍ରିକେଟ ଇତିହାସରେ ସବୁ ଫର୍ମାଟରେ ଏକ ନମ୍ବର ସ୍ଥାନରେ ରହବିାରେ ଭାରତ ୨ୟ ଦେଶ ଅଟେ ।

୨୦୧୨ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଟିମ ଭାବେ ଏହି ରେକର୍ଡ ହାସଲ କରିଥିଲା । ଆଇସିସି ଦିନିକିଆ ବିଶ୍ୱକପ ପୂର୍ବରୁ କିଏ ଏକ ନମ୍ବର ସ୍ଥାନରେ ରହିବ ସେଥିଲାଗି ଗତ ୧ ମାସ ହେଲା ଭାରତ ,ପାକିସ୍ତାନ ଓ ଅଷ୍ଟ୍ରଲିଆ ମଧ୍ୟରେ ଚାଲିଥିଲା ଟକ୍କର ।ଆଇସିସି ଦିନିକିଆ ମାନ୍ୟତାରେ ପାକିସ୍ତାନକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଆସିଗଲା ଭାରତ । ସୂଚନା ଅନୁସାରେ, ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆର ୨୭୭ ରନ ଦେଇ ୫ଟି ୱିକେଟ ନେଇଥିଲା ଭାରତ ।

Advertisement

Leave a Reply

Your email address will not be published. Required fields are marked *