Pratidin TV

Odisha's Digital News Platform

ପଛରେ ପଡ଼ିଲେ ରୁଷ୍ ଜାପାନ , ମହାଶକ୍ତି ଭାବେ ଉଭା ହେଲା ଭାରତ..

1 min read

ଭାରତ ତ୍ରିଶକ୍ତି ନୁହେଁ  ମହାଶକ୍ତି   । ଆଜି ସାରା ଦୁନିଆ ଭାରତର ଶକ୍ତି ବିଷୟରେ କିଛି ବି ଅଛପା ନାହିଁ । ପୂରା ଦୁନିଆଁ ଜାଣିଛି ଭାରତ କେଉଁ ଭଳି ଭାବେ ଆଗେଇ ଚାଲିଛି। ଆଜି ତାହାକୁ ପ୍ରମାଣ କରି ଦେଖାଇଦେଇଛି ଭାରତ ।  ନିକଟରେ ଅଷ୍ଟ୍ରେଲିଆର ଥିଙ୍କ୍ ଟ୍ୟାଙ୍କ ଲୋଭି ଦ୍ୱାରା ଜାରି ଏସିଆ ପାୱାର ଇଣ୍ଡେକ୍ସର ରାଙ୍କିଂରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚି ଯାଇଛି।

ରିପୋର୍ଟ ଅନୁସାରେ, ଭାରତ , ଆମେରିକା ଓ ରୁଷ୍ ପରେ ୩ୟ ମହାଶକ୍ତି ଭାବେ ଉଭା ହୋଇଛି। ଏହି ରାଙ୍କିଂରେ ଭାରତ , ରୁଷ୍ ଓ ଜାପାନ ଭଳି ମହାଶକ୍ତିଙ୍କୁ ପଛରେ ପକାଇ ୩ୟ ସ୍ଥାନ ଅକ୍ତିଆର କରିଛି। ଭାରତର ସ୍କୋର ୩୯.୧ ରହିଥିବା ବେଳେ ଜାପାନର ସ୍କୋର ୩୮.୯ ରହିଛି। ଯେଉଁଥିରେ ସେ ୪ର୍ଥ ସ୍ଥାନରେ ରହି ଯାଇଛି। ଏହି ରାଙ୍କିଂରେ ପାକିସ୍ତାନର ସ୍ଥିତି ସାଂଘାତିକ ନଜର ଆସିଛି।

Advertisement

 ଲୋଭିର ରିପୋର୍ଟରେ ଏହି କଥାର ଖୁଲାସା କରାଯାଇଛି ଯେ , ଏସିଆରେ ଶକ୍ତିର ସନ୍ତୁଳନତା ଏବେ ବି ଆମେରିକା ଓ ଚୀନ୍‌ ହାତରେ ରହିଛି , କିନ୍ତୁ ଭାରତର ଦ୍ରୁତ ଆର୍ବିଭାବ ଏହି ସ୍ଥିତିକୁ ବଦଳାଇ ପାରେ। ସେପଟେ ଚୀନ୍‌ର ଆର୍ଥିକ ଓ ସେନା ବୃଦ୍ଧି ଲଗାତାର ଜାରି ରହିଛି, କିନ୍ତୁ ଏହାର ଶକ୍ତି ସ୍ଥିର ହୋଇ ଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଚୀନର ଶକ୍ତି ନା ବଢୁଛି ନା ହ୍ରାସ ପାଇଛି , ବରଂ ସେ ଏକ ସ୍ଥିର ଅବସ୍ଥାରେ ରହିଛି। ଅନ୍ୟପଟେ ଆମେରିକା ଏବେ ବି  ୮ଶକ୍ତିର ମାନକରେ ସବୁଠୁ ଆଗରେ ରହିଛି। ଏହାସହ ଭାରତର ସ୍ଥିତିରେ ସୁଧାର ନଜର ଆସୁଛି ଏବଂ ସେ ଜାପାନ ଓ ରୁଷ୍‌କୁ ପଛରେ ପକାଇ ଏସିଆରେ ୩ୟ ସ୍ଥାନରେ ନିଜର ସ୍ଥାନ ବଜାୟ ରଖିଛି।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏସିଆର ପାୱର ଇଣ୍ଡେକ୍ସରେ ଭାରତର ଶକ୍ତି ବୃଦ୍ଧିର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଓ ବୈଶ୍ୱିକ ରଣନୀତିକୁ ଦେଇଛନ୍ତି। ରିପୋର୍ଟ ଅନୁସାରେ , ୨୦୨୩ରେ ଭାରତ ଏସିଆ ପାୱାର ଇଣ୍ଡେକ୍ସର ଦିଗରେ ସବୁଠୁ ଅଧିକ ଡିପ୍ଲୋମାଟିକ ଡାଏଲଗ୍ରେ ଭାଗ ନେଇଛି। ଯାହାକି ଏହା ଦର୍ଶାଇଛି ଯେ ଭାରତ ନିଜର କୂଟନୀତିକ ସ୍ଥିତିକୁ ମଜବୁତ୍ କରିବାରେ ଖୁବ୍ ସକ୍ରିୟ ହୋଇଛି।

Leave a Reply

Your email address will not be published. Required fields are marked *