Pratidin TV

Odisha's Digital News Platform

ସରକାର ଗଠନ ପାଇଁ ଏନଡିଏ ଓ ଇଣ୍ଡିଆ ମେଣ୍ଟର କସରତ ଜାରି 

1 min read

ଗୋଟେ ପଟେ NDA ବୈଠକ ସରୁଥିବା ବେଳେ ଅନ୍ୟପଟେ ଦିଲ୍ଲୀ ଦରବାରରେ ବସିଥିଲା ଇଣ୍ଡିଆ ମେଣ୍ଟର ବୈଠକ | କଂଗ୍ରେସ ସ୍ୱାଭାବିପାତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏହି ବୈଠକ ହୋଇଥିଲା | ବିରୋଧୀ ମେଣ୍ଟର ସହଯୋଗୀମାନେ ଦିଲ୍ଲୀରେ ପହଞ୍ଚି ଏହି ବୈଠକରେ ସାମିଲ ହୋଇଥିଲେ | ଏହି ବୈଠକରେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପରି ବହୁ ହେଭିୱେଟ ନେତା ଯୋଗ ଦେଇଥିଲେ |

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକସଭା ନିର୍ବାଚନକୁ ମିଳିଛି ଅପୂର୍ବ ସଫଳତା | ଯାହାପାଇଁ ମେଣ୍ଟ ବେଶ ଉତ୍ସାହିତ ରହିଛି | ତେବେ ବିଜେପି ବିରୋଧରେ ଏକାଠି ହୋଇ ନିର୍ବାଚନ ଲଢ଼ିଥିବା ଇଣ୍ଡିଆ ମେଣ୍ଟକୁ ଧନ୍ୟବାଦ ଜଣାଇଥିଲେ କଂଗ୍ରେସ ଅଧକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ | ଏଥିସହ ବିରୋଧୀ ମେଣ୍ଟ ଇଣ୍ଡିଆ ସମ୍ବିଧାନର ପ୍ରସ୍ତାବନ ପ୍ରତି ଆଶା ରଖୁଥିବା ସମତା ଦଳକୁ କରିଥିଲେ ସ୍ୱାଗତ | ଲୋକସଭା ନିର୍ବାଚନରେ ୨୩୩ ଆସନ ଜିତିଥିବା ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୁରୁତ୍ୱପୂର୍ଣ ବୈଠକ ଦିଲ୍ଲୀରେ ଖଡ଼ଗେଙ୍କ ବାସଭବନରେ ବହୁ ହେଭିୱେଟ ନେତା ସାମିଲ ହୋଇଥିଲା |

ଉକ୍ତ ବୈଠକରେ ଖଡ଼ଗେ କହିଥିଲେ, “ଏହି ଜନାଦେଶ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯାଇଛି। ସେ କରୁଥିବା ରାଜନୀତି ବିରୋଧରେ ଲୋକେ ଭୋଟ ଦେଇଛନ୍ତି। ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ବିରାଟ ରାଜନୀତିକ କ୍ଷତି ଅଟେ । ଏଥିସହ ଏହା ତାଙ୍କର ମାନସିକ ପରାଜୟ ମଧ୍ୟ ଅଟନ୍ତି ।

ତଥାପି ସେ ଲୋକଙ୍କ ଇଚ୍ଛା ବିରୋଧରେ ଯିବା ପାଇଁ ପ୍ରତିବଦ୍ଧ ହୋଇ ରହିଛନ୍ତି। ସମ୍ବିଧାନର ପ୍ରସ୍ତାବନା ପ୍ରତି ସମ୍ମାନ ଓ ପ୍ରତିବଦ୍ଧତା ରଖୁଥିବା ସବୁ ଦଳଗୁଡ଼ିକୁ ଇଣ୍ଡିଆ ବ୍ଲକ ସ୍ୱାଗତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଏଥିସହିତ ଅର୍ଥନୀତି, ସାମାଜିକ ଓ ରାଜନୀତିକ ନ୍ୟାୟରେ ଆସ୍ଥା ରଖୁଥିବା ଦଳଗୁଡ଼ିକୁ ମଧ୍ୟ ଆମେ ସ୍ୱାଗତ କରିବୁ।”

ସେ ଇଣ୍ଡିଆ ସହଯୋଗୀମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, “ମୁଁ ସମସ୍ତ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କୁ ସ୍ୱାଗତ କରୁଛି। ଆମେ ଭଲ, ଏକାଠି ଓ ସଂକଳ୍ପବଦ୍ଧ ହୋଇ ଲଢ଼େଇ କରିଛୁ।”

ଏହି ବୈଠକରେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଡିଏମକେର ଟିଆର ବାଲୁ, ଜେଏମଏମର କଳ୍ପନା ସୋରେନ, ଏନସିପିର ଶରଦ ପାୱାର, ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ରାମ ଗୋପାଲ ବର୍ମା, ଟିଏମସିର ଅଭିଷେକ ବାନାର୍ଜୀ, ଆରଜେଡିର ତେଜସ୍ୱୀ ଯାଦବ, ଶିବସେନାର ସଞ୍ଜୟ ରାଉତ, ଅରବିନ୍ଦ ସାୱନ୍ତ, ଏନ୍‌ସିର ଓମାର ଅବଦୁଲ୍ଲା, ସିପିଆଇଏମର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଆପର ସଞ୍ଜୟ ସିଂହ, ରାଘବ ଚଡ୍ଡା ଓ ଆରଏସ୍‌ପିର ଏନକେ ପ୍ରେମଚନ୍ଦ୍ରନ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *