Pratidin TV

Odisha's Digital News Platform

ଭାରତ ଭାଙ୍ଗିଲା ପାକିସ୍ତାନର ୱାଲର୍ଡ ରେକର୍ଡ ,ଏଥର ଅଷ୍ଟ୍ରେଲିଆକୁ ହରାଇ ତିଆରି କଲା ଇତିହାସ

1 min read

ନୂଆଦିଲ୍ଲୀ : ଭାରତ ମାତ୍ର ୯ ମାସରେ ପାକିସ୍ତାନ ସୃଷ୍ଟି କରିଥିବା ୱାଲର୍ଡ ରେକର୍ଡକୁ ଭାଙ୍ଗି ନିଜର ଏକ ନୂଆ ରେକର୍ଡ ତିଆରି କରିପାରିଛି । ଇଣ୍ଡିଆ କ୍ରିକେଟ ଟିମ୍ ଏଇ ବର୍ଷ ମଧ୍ୟରେ ସବୁଠୁ ଅଧିକ ଟି-୨୦ ମ୍ୟାଚ୍ ଜିତିଛି । ଯେତେବେଳେ କି ପାକିସ୍ତାନ ପୂର୍ବ ବର୍ଷ ସବୁଠୁ ଅଧିକ ଟି-୨୦ ମ୍ୟାଚ୍ ଜିତିକି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଚଳିତ ବର୍ଷ ଇଣ୍ଡିଆ ତାକୁ ଭାଙ୍ଗି ଏକ ନୂଆ ରେକର୍ଡ ତିଆରି କରିପାରିଛି । ଯାହା ଭାରତବାସୀଙ୍କ ପାଇଁ ଏକ ଗର୍ବର କଥା ।

ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଚଳିତ ବର୍ଷ ଭାରତ ମୋଟ ୨୧ ଟି ମ୍ୟାଚ୍‌ରେ ବିଜୟ ଲାଭ କରିଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା।

ଏହାର ଜବାବରେ ଭାରତ ୪ ୱିକେଟ ହରାଇ ଗୋଟିଏ ବଲ ପୂର୍ବରୁ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ସୂର‌୍ୟ୍ୟ କୁମାର ଯାଦବଙ୍କ ୬୯ ଓ ବିରାଟଙ୍କ କୋହଲିଙ୍କ ୬୩ ରନ ବଳରେ ଭାରତ ଦମଦାର ବିଜୟ ସହ ସିରିଜ୍ କବଜା କରିଛି।
ପୂର୍ବରୁ ପାକିସ୍ତାନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଥିଲା । ପାକିସ୍ତାନ ୨୦ ଟି ମ୍ୟାଚ୍ ଜିତିଥିବା ବେଳେ ଭଅରତ ଚଳିତ ବର୍ଷ , ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୧ଟି ମ୍ୟାଚ୍ ଜିତି ଏହି ରେକର୍ଡକୁ କାଟି ଏକ ନୂଆ ରେକର୍ଡ ତିଆରି କରିପାରିଛି ।

ତେବେ ଅଷ୍ଟ୍ରେଲିଆ ପରେ ଭାରତକୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ପଡିବ । ଏହିପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଖେଳିବାକୁ ଯିବ ଯେଉଁଠି ଗ୍ରୁପ୍ ସ୍ତରରେ ଭାରତକୁ ୫ଟି ମ୍ୟାଚ୍ ଖେଠିବାକୁ ପଡିବ । ଯଦି ଟିମ୍ ସେଠାରେ ଫାଇନାଲରେ ପ୍ରବେଶ କରିବ ,ତେବେ ଇଣ୍ଡିଆ ଆଉ ୨ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇବ । ସେହିପରି ବିଶ୍ୱକପ୍ ପରେ ଭାରତକୁ ନ୍ୟୁଜ୍‌ଲ୍ୟାଣ୍ଡ ଗସ୍ତ କରିବାକୁ ପଡିବ , ଯେଉଁଠାରେ ସେମାନଙ୍କୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ପଡିବ । ଏଭଳି ପରିସ୍ଥିତିରେ ଭାରତକୁ ଅତି କମ୍‌ରେ ଆଉ ୧୨ଟି ମ୍ୟାଚ୍ ଖେଳିବାକୁ ପଡିବ , ଯଦି ଟିମ୍ ଅଧା ମ୍ୟାଚ୍ ମଧ୍ୟ ଜିତିଯାଏ । ତଥାପି ଭାରତ ତିଆରି କରିଥିବା ବିଶ୍ୱ ରେକର୍ଡ ଭାଙ୍ଗିବା କଷ୍ଟକର ହୋଇପଡିବ ।

Leave a Reply

Your email address will not be published. Required fields are marked *