Pratidin TV

Odisha's Digital News Platform

ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ;ଟସ ଜିତି ପ୍ରଥମେ ବ୍ୟାଟିଂ ବାଛିଛନ୍ତି ଭାରତ..

1 min read

ଆରମ୍ଭ ହୋଇସାରିଛି ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ। ସକାଳ ୯ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ବିଶାଖାପାଟଣା ଠାରେ ଶୁଭାରମ୍ଭ ହୋଇସାରିଛି | ପ୍ରଥମ ମ୍ୟାଚ୍ରେ ପରାସ୍ତ ହେବାପରେ ଏହି ମୁକାବିଲାକୁ ସ୍ଥିତି ବରାବର କରିବା ଲାଗି ଉଦ୍ୟମ କରୁଛି ଟିମ ଇଣ୍ଡିଆ | ପ୍ରଥମ ଟେଷ୍ଟରେ ଭାରତର ବ୍ୟାଟିଂରେ ବିଫଳତା ପାଇଁ ପରାଜିତ ହୋଇଥିଲା ଟିମ ଇଣ୍ଡିଆ | ତେବେ ଆରମ୍ଭ ହୋଇଯାଇଥିବା ଆଜିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଇଣ୍ଡିଆ ଇଂଲଣ୍ଡଠାରୁ ଟସ ଜିତିଯାଇଛ | ଏବଂ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ଚୟନ କରିଛି | ଅନ୍ୟପଟେ ରବୀନ୍ଦ୍ର ଜାଡେଜା ଏବଂ କେ.ଏଲ୍. ରାହୁଲ ଆହତ କାରଣରୁ ଖେଳିପାରିବେନି ଦ୍ୱିତୀୟ ଟେଷ୍ଟ |କେ.ଏଲ୍. ରାହୁଲଙ୍କ ସ୍ଥାନରେ ଯୁବ ବ୍ୟଟ୍ସମ୍ୟାନ ରଜତ ପାଟିଦରଙ୍କୁ ନେଇଛନ୍ତି | ସେପଟେ ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବାର ଦେଖିବାକୁ ମିଳିବ |

ସେହିପରି ଇଂଲଣ୍ଡ କଥା ଯଦି କହିବା ତାହାଲେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଦଳକୁ ଫେରିଛନ୍ତି ଜିମି ଆଣ୍ଡ୍ରୁସନ୍‌। ଆଣ୍ଡ୍ରୁସନ୍‌ଙ୍କ ସହ ସମସ୍ତ ସ୍ପିନ୍ ବୋଲିଂ ଆକ୍ରମଣକୁ ନେଇ ପଡ଼ିଆକୁ ଓହ୍ଲାଇଛି ଇଂଲଣ୍ଡ । ପ୍ରଥମ ଟେଷ୍ଟରେ ଭାରତର ବ୍ୟାଟିଂ କ୍ରମକୁ ଦୋହଲାଇ ଦେବାରେ ସ୍ପିନରଙ୍କ ବଡ଼ ଭୂମିକା ରହିଥିଲା। ଇଂଲଣ୍ଡ ଭଳି ଭାରତ ମଧ୍ୟ ୪ ସ୍ପିନରଙ୍କ ସହ ଜଣେ ଦ୍ରୁତ ବୋଲରଙ୍କୁ ନେଇ ଖେଳିପାରେ। ସିରିଜର ୫ଟି ମ୍ୟାଚରୁ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଇଂଲନ ଟସ ହାରି ବୋଲିଂ କରିବାର ଦେଖିବାକୁ ମିଳୁଛି |

Advertisement

Leave a Reply

Your email address will not be published. Required fields are marked *