Pratidin TV

Odisha's Digital News Platform

ଇ-ବର୍ଜ୍ୟରେ ଭାରତ ପ୍ରଥମ; ୧୦ ବର୍ଷରେ ୧୬୩% ବୃଦ୍ଧି, ସତର୍କ କରାଇଲା ଜାତିସଂଘ

1 min read

ଇ-ବର୍ଜ୍ୟରେ ଭାରତ ପ୍ରଥମ | ରେଡ଼ିଓ ଆକ୍ଟିଭ ବର୍ଜ୍ୟବସ୍ତୁରେ ଭାରତ ରହିଛି ପ୍ରଥମରେ | ଇଲୋକ୍ଟ୍ରୋନିକ ସାମଗ୍ରୀରୁ ବାହାରୁଥିବା ବର୍ଜ୍ୟ ବୃଦ୍ଧି କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ରହିଛି ଆଗରେ | ସ୍କ୍ରିନ,କମ୍ପ୍ୟୁଟର କ୍ଷୁଦ୍ର ଆଇଟି ଏବଂ ଟ୍ୱେଲ୍ଲୀ କମ୍ୟୁନିକେସନ କ୍ଷେତ୍ରରେ ବାହାରୁଥିବା ବର୍ଜ୍ୟବସ୍ତୁ ୧0 ବର୍ଷରେ ୧୬୩ ପ୍ରତିଶତ ବଢିଛି |

୨0୧0ରୁ ୨0୨୨ ମଧ୍ୟରେ ବର୍ଜ୍ୟବସ୍ତୁ ବଢିଥିବା ଜାତିସଂଘର ଟ୍ରେଡ଼ ଆଣ୍ଡ ଡେଭଲପମେଣ୍ଟ ରିପୋର୍ଟରୁ ଏହା ଜଣାପଡିଛି | ତେବେ ଏହି କ୍ଷେତ୍ରରେ ସ୍ୱର ବିଶ୍ୱକୁ ଦେଖିଲେ ଭାରତର ଅଂଶ ୨ ଗୁଣା ବଢିଛି | ଅର୍ଥାତ ଦେଶ ପୂର୍ବ ଅପେକ୍ଷା ଅଧିକ ଏହି ସମ୍ପର୍କିତ ବର୍ଜ୍ୟ ନିର୍ଗତ କରିଛି | ୨0୧0 ରେ ଏହା ୩.୧ ପ୍ରତିଶତ ଥିବା ବେଳେ ୨0୨୨ ରେ ଏହା ୬.୪ ପ୍ରତିଶତକୁ ବୃଦ୍ଧି ହୋଇଥିଲା | ୨0୨୨ ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ ବେଶୀ ଇ-ବର୍ଜ୍ୟ ନିର୍ଗତ କରିଛନ୍ତି |

Advertisement

ଏସିଆ ଅଞ୍ଚଳରୁ ନିର୍ଗତ ଇ-ବର୍ଜ୍ୟ କ୍ଷେତରେ ଚୀନର ଅଂଶ ପ୍ରାୟ ଅଧା | ଡିଜିଟାଲିକରଣ କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀର ଠିକ ପରିମାଣରେ ପରିଚାଳନ ନ ହେଲେ ଏହା ପରିବେଶ ଓ ମାନବିକ ସମାଜ ଲାଗି ସ୍ୱାସ୍ଥ୍ୟ ସଂକଟ ଡାକି ଆଣିବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି | ଏହିଭଳି ସାମଗ୍ରୀକୁ ବାହାରୁଥିବା ବିଷାକ୍ତ ପଦାର୍ଥ ସମସ୍ୟା ସୃଷ୍ଟି କରାଯାଉଥିବା କୁହାଯାଉଛି | ପରିବେଶକୁ କ୍ଷତି ପହଞ୍ଚାଉଥିବା ପ୍ରଡକ୍ଟ ପ୍ୟାକେଜିଂ ଏବଂ ବର୍ଜ୍ୟବସ୍ତୁ ପରିଚଳନା କ୍ଷେତ୍ରକୁ ପ୍ରଶଂସା କରାଯାଇଛି |

Leave a Reply

Your email address will not be published. Required fields are marked *