Pratidin TV

Odisha's Digital News Platform

ମାଳଦ୍ଵୀପ ଖରାପ ସମୟରେ ଆଗେଇ ଆସି ସାହାଯ୍ୟର ହାତ ବଢ଼ାଇଲା ଭାରତ

1 min read

ଗତ ବର୍ଷ ମହମ୍ମଦ ମୁଇକୁ ମାଳଦ୍ଵୀପର ରାଷ୍ଟ୍ରପତି ହୋଇଥିଲେ। ସେବେଠାରୁ ମାଲେ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଲା। ସେ ପହଞ୍ଚିବା ମାତ୍ରେ ସେ ମାଲହୀପରେ ଅବସ୍ଥାପିତ ଭାରତୀୟ ସୈନିକମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁମାନେ ମେ ମାସ ସୁଦ୍ଧା ଭାରତ ଫେରିଥିଲେ। ୨ ଦେଶ ମଧ୍ଯରେ ଖରାପ ସମ୍ପର୍କକୁ ପୁଣିଥରେ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ମହମ୍ମଦ ମୁଇକୁଙ୍କୁ ନିମନ୍ତ୍ରଣ କରିବା ମଧ୍ୟ ୨ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃତ କରିବା ଉଦ୍ଦେଶ୍ୟରେ ଦେଖୁବାକୁ ମିଳିଥିଲା। ଏଥିସହିତ ନିକଟ ମାଳଦ୍ଵୀପ ଚୀନ୍‌ର ନିକଟତର ହୋଇଥିବା ଦେଖିବାକୁ ମିଳିଛି, କିନ୍ତୁ ଏହା ପରେ ମଧ୍ୟ ଭାରତ ଖରାପ ସମୟରେ ମାଳଦ୍ଵୀପ ନିକଟରେ ଛିଡା ହୋଇଛି। ଭାରତ ତାଜା ଫଳ, ପଢିପରିବା, ପିଆଜ ଅଣ୍ଡା ଇତ୍ୟାଦି ମାଲଦ୍ବୀପକୁ ପଠାଇଛି |

ଭାରତରୁ ୧୫0 ଟନ୍‌ କଞ୍ଚା ଖାଦ୍ୟ ସାମଗ୍ରୀର ପ୍ରଥମ ପରିବହନ ମାଲଦ୍ୱୀପର ଦକ୍ଷିଣ ବନ୍ଦର ଆଡୁରେ ପହଞ୍ଚିଛି | ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହା ଦକ୍ଷିଣ ଦ୍ୱୀପପୁ ଆମଦାନୀର ମୂଲ୍ୟ ଏବଂ ଜଟିଳତା ହ୍ରାସ କରିବ | ତାଜା ଫଳ, ପନିପରିବା, ପିଆଜ, ରସୁଣ ଏବଂ ଅଣ୍ଡା ନେଇ ଏକ ଭାରତୀୟ ଜାହାଜ ତୁତିକୋରିନ୍‌ ବନ୍ଦର ବୁଧବାର ବିଳମ୍ବିତ ରାତିରେ ମାଳଦ୍ଵୀପର ଦକ୍ଷିଣ ଦ୍ବୀପ ଆଡୁରେ ହିଟାତୋ ବନ୍ଦରରେ ପହଞ୍ଚିଛି। ଭାରତୀୟ କାର୍ଗୋ ଜାହାଜର ଆଗମନ ତାମିଲନାଡୁର ତୁତିକୋରିନ୍‌ ବନ୍ଦରରୁ ଆଡୁସ୍ଥିତ ହିତାଧୁ ବନ୍ଦର ପର୍ଯ୍ୟନ୍ତ ମାଲଦ୍ଵୀପ ପୋର୍ଟସ ଲିମିଟେଡ (MPL) ଦ୍ବାରା ସିପିଂ ରୁଟ ମଧ୍ୟ ଖୋଲିଛି।

ଶୁକ୍ରବାର ଦିନ ଏକ ନ୍ୟୁଜ୍ ପୋର୍ଟାଲ୍ ରିପୋର୍ଟ କରିଛି ଯେ ଇସ୍ପାତ ଜାହାଜଗୁଡ଼ିକ ମାଳଦ୍ଵୀପର ଏହି ଅଂଶକୁ ଖାଦ୍ୟ ସାମଗ୍ରୀ ଆଣିପାରିବେ । ଏହି ସେବା ମାଳଦ୍ଵୀପକୁ ଫଳ ଓ ପନିପରିବା ଯୋଗାଣକାରୀ କେରଳ ସ୍ଥିତ ପିନୈସ ଗ୍ରୁପ୍ ଦ୍ବାରା ପରିଚାଳିତ ହେବ ବୋଲି ରିପୋର୍ଟରେ କୁହାଯାଇଛି।

ତେବେ ଭାରତ ଏବଂ ମାଳଦ୍ଵୀପ ମଧ୍ଯରେ ସମ୍ପର୍କ ଖରାପ ହେତୁ ଦ୍ବୀପ ଦେଶ ଏକ ବଡ଼ ଝଟକା ଦେଇଛି। ଏହାପୂର୍ବରୁ ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମାଳଦ୍ଵୀପରେ ପହ‌ଞ୍ଚୁଥିଲେ, କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇଛି। ପ୍ରାୟ ପ୍ରତି ମାସରେ ଭାରତରୁ ମାଳଦ୍ଵୀପକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି, ଯେଉଁଥିପାଇଁ ଏହା ମଧ୍ୟ ଆର୍ଥିକ କ୍ଷତି ସହିଛି |

Leave a Reply

Your email address will not be published. Required fields are marked *