ମତଦାନରେ ଭାରତ କଲା ବିଶ୍ୱ ରେକର୍ଡ ୬୪୨ ମିଲିୟନ୍ ଭୋଟର୍ କରିଛନ୍ତି ମତଦାନ
1 min readଚଳିତ ବର୍ଷ ଐତିହାସିକ ରେକର୍ଡ ହାସଲ କରିଛି ଭାରତ। ତେବେ ଆସନ୍ତାକାଲି ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳାଫଳ | ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି |ତେବେ ଭୋଟ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ କରିଛନ୍ତି ପ୍ରେସମିଟ | ଏହି ପ୍ରେସମିଟରେ ଦେଇଛନ୍ତି ସୂଚନା | ସୂଚନା ଦେଇ କହିଛନ୍ତି ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଭାରତ ଐତିହାସିକ ରେକର୍ଡ ହାସଲ କରିଛି |
ତେବେ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟରେ କହିଛନ୍ତି, ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏହାଛଡା ସବୁଠୁ ଅଧିକ ସଂଖ୍ୟକ ଭୋଟର ମତଦାନ ଦେଇଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବୋଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆହୁରି କହିଛନ୍ତି ଯେ ଲୋକସଭା ନିର୍ବାଚନରେ ୨0୨୪ ରେ ୩୧.୨ କୋଟି ମହିଳାଙ୍କ ସମେତ ୬୪୨ କୋଟି ଭୋଟରଙ୍କ ଅଂଶଗ୍ରହଣରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, “ଆମେ ୬୪୨ ନିୟୁତ ଭୋଟରଙ୍କୁ ବିଶ୍ୱ ରେକର୍ଡରେ ସୃଷ୍ଟି କରିଛୁ।”
ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ସମସ୍ତ ୟୁରୋପୀୟ ସଂଘର ୨୭ଟି ଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ସର୍ବାଧିକ ।କେବଳ ଏତିକି ନୁହେଁ ଏଥର ସବାଧିକ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମଧ୍ୟ ମତଦାନ କରିଛନ୍ତି । ଏହସହ ମତଦାନରେ ନିଜର ଶ୍ରମ ଦାନ କରିଥିବା ସମସ୍ତ ପୋଲିଂ ପାର୍ଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜୀବ କୁମାର ।
କେବଳ ସେତିକି ନୁହେଁ, ଉକ୍ତ ପ୍ରେସ୍ମିଟ୍ରେ ରାଜୀବ କୁମାର କହିଛନ୍ତି, ଆମେ ବୃଦ୍ଧଙ୍କ ଘରକୁ ଘର ଯାଇ ସେମାନଙ୍କ ଭୋଟ ନେଇଛୁ | ୮୫ରୁ ଅଧିକ ବୟସ୍କ ଭୋଟରମାନେ ଘରୁ ଭୋଟ ଦେଇଛନ୍ତି | ଜମ୍ମୁ-କାଶ୍ମୀରରେ ରେକର୍ଡ ମତଦାନ ହୋଇଛି | ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ମାଓ ହିଂସା ହୋଇନି ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।