Pratidin TV

Odisha's Digital News Platform

ସ୍ପିନ ବୋଲିଂ ନିକଟରେ ଅସହ୍ୟ ଭାରତ; ୨୭ ବର୍ଷ ପରେ ଇଣ୍ଡିଆ ବିପକ୍ଷରେ ଜିତିଲା ଶ୍ରୀଲଙ୍କା

1 min read

ସ୍ପିନ ବୋଲିଂ ଖେଳିବାରେ ଭାରତକୁ ସିଦ୍ଧହସ୍ତ ଭାବେ ବିବେଚନା କରାଯାଏ । ତେବେ ଟିମ ଇଣ୍ଡିଆ ୨୭ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଦିନିକିଆ କ୍ରିକେଟ ସିରିଜରେ ପରାଜିତ ହୋଇଛି । ଶ୍ରୀଲଙ୍କା ସ୍ପିନ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଅସହାୟ ହୋଇ ପଡିଥିଲେ । ଯାହାକି ପୂର୍ବରୁ କେବେ ହେଲେ ଦେଖିବାକୁ ମିଳି ନ ଥିଲା । ୧୯୯୭ ପରେ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜରେ ଭାରତକୁ ମାତ ଦେଇଛି । ସେ ସମୟରେ ସଚିନ ତେନ୍ଦୁଲକର ନେତୃତ୍ୱାଧୀନ ଭାରତୀୟ ଦଳକୁ ଅର୍ଜୁନ ରାଣାତୁଙ୍ଗା ଟିମ ପରାସ୍ତ କରିଥିଲା । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଶ୍ରୀଲଙ୍କା ୩-୦ରେ ଜିତିଥିଲା ।

କ୍ରିକେଟ ଟିମ୍ ଶ୍ରୀଲଙ୍କାରେ ଖରାପ ପ୍ରଦର୍ଶନ କରିବା ପରେ ଓ୍ବନଡେ ସିରିଜରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚ କୋଲମ୍ବୋରେ ଟାଇ ହୋଇଥିଲା । ଏହା ପରେ ଉଭୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ହାର୍ ସ୍ବୀକାର କରିବାକୁ ପଡିଛି । ଭାରତ ୧୯୯୭ ପରେ ଶ୍ରୀଲଙ୍କାରେ ଆଉ ଏକ ଓ୍ବନଡେ ହାରିଛି । ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଚରିଥ ଅସଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୮ ରନ୍ କରିଥିଲା । ୨୪୯ ରନର ପିଛା କରି ଭାରତୀୟ ଟିମ୍ ୨୬.୧ ଓଭରରେ ୧୩୮ ରନରେ ଅଲଆଉଟ୍ ହୋଇଯାଇଛି । ଅଧିନାୟକ ରୋହିତ ଶର୍ମା ୩୫, ଓ୍ବାଶିଂଟନ ସୁନ୍ଦର ୩୦, ବିରାଟ କୋହଲି ୨୦ ଏବଂ ରିୟାନ ପରାଗ ୧୫ ରନ୍ କରିଥିଲେ ।

Advertisement

ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଟିମ ଇଣ୍ଡିଆ ସହ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ଦଳ ତାଙ୍କ କୋଚିଂରେ ଶ୍ରୀଲଙ୍କାକୁ ଟି-୨୦ରେ ସିରିଜରେ ମୂଳପୋଛ କରି ଦେଇଥିଲା।

Leave a Reply

Your email address will not be published. Required fields are marked *