Pratidin TV

Odisha's Digital News Platform

ଭାରତ ଫେରିବେ ଯୁଦ୍ଧରେ ଫସିଥିବା ଭାରତୀୟ, ଆରମ୍ଭ ହେଲା ଅପରେସନ ‘ଅଜୟ’…

1 min read

ନୂଆଦିଲ୍ଲୀ : ୫ରୁ ଉର୍ଦ୍ଧ ଦିନ ହେଲାଣି ପାଷ୍ଟୋଇନ- ଇସ୍ରାଏଲରେ ଲାଗି ରହିଛି ଯୁଦ୍ଧ । ଅ୍ଧମ ଏହି ଯୁଦ୍ଦରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ । ତେବେ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ପ୍ରସ୍ତୁତି ଚଳାଇଛି । ଇସ୍ରାଏଲରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ଆରମ୍ଭ କରାଯାଇଛି । ଯାହାର ନାଁ ରହିଛି ‘ଅଜୟ’ । ବୈଦେଶିକ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲରେ ଫସି ରହିଥିବା ନାଗରିକମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଫେରାଇ ଅଣାଯିବ । ଇସ୍ରାଏଲରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ପ୍ରସ୍ତୁତି ଚଳାଇଛି । ସୂଚନାନୁସାରେ, ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଭାରତ ଅପରେସନ୍ ଅଜୟ ଆରମ୍ଭ କରିଛି । ଦକ୍ଷିଣ ଜେନିନ୍‌ରେ ମୁହାଁମୁହିଁ ଯୁଦ୍ଧ ଜାରି ରହିଛି । ସବୁ ସ୍ଥାନରେ ଗୁଳିର ଶବ୍ଦ ଶୁଣିବାକୁ ମିଳୁଛି । ଏହା ପରେ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ନିରାପଦ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛି । ମନ୍ତ୍ରୀ ଏସ ଜୟଶଙ୍କର ଅପରେସନ୍ ଅଜୟ ବିଷୟରେ ସୂଚନା ଟ୍ୱିଟ୍ କରିଛନ୍ତି ।

ସୂଚନା ଦେଇ ସେ କହିଛନ୍ତି ଯେ ଭାରତୀୟ ନାଗରିକମାନଙ୍କୁ ସ୍ୱତନ୍ତ୍ର ବିମାନ ଦ୍ୱାରା ଇସ୍ରାଏଲରୁ ଫେରାଇ ନିଆଯିବ । ଏଥିସହ ପ୍ରଥମ ବ୍ୟାଚ୍ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି ।ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଲାଗି ଭାରତ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ବି ସେ କହିଛନ୍ତି ।ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏବେ ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ବସବାସ କରୁଛନ୍ତି । ଇସ୍ରାଏଲ୍‌-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାରଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ । ଭାରତ ଫେରିବା ନିମନ୍ତେ ଇସ୍ରାଏଲରେ ଅବସ୍ଥିତ ଭାରତୀୟ ଦୂତାବାସରେ ବହୁ ସଂଖ୍ୟକ ଭାରତୀୟ ନିଜ ନାମ ପଞ୍ଜୀକୃତ କରି ସାରିଥିବା ଜଣାଯାଇଛି ।

Advertisement

ସେମାନଙ୍କ ମଧ୍ୟରୁ ପ୍ରଥମ ବ୍ୟାଚ୍ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଏଥିନିମନ୍ତେ ଦିଲ୍ଲୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଆପତ୍ତକାଳୀନ ଫୋନ୍ ନମ୍ବର ଜାରି କରାଯାଇଛି । ଏନେଇ ଭାରତ ପକ୍ଷରୁ ୟୁଏଇ ସହ ଯୋଗାଯୋଗ କରାଯାଉଥିବା ଓ ୟୁଏଇର ନିଜ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ଦେଖାଦେଉଥିବା ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା । ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣା ଯାଇଛି ।

Leave a Reply

Your email address will not be published. Required fields are marked *