Pratidin TV

Odisha's Digital News Platform

ଦୁଇଫାଳ ହୋଇଗଲା ସବୁଠୁ ଲମ୍ବା ବ୍ରିଜ୍ , ୧ମୃତ ୩୦ ଗୁରୁତର ।

1 min read

ବିହାରର ସୁପଲରେ ଏକ ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ କଂକ୍ରିଟ୍ ତଳେ ଫସି ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସୁପଲରେ ମାରିଚା ନିକଟରେ ଥିବା ଆଜି ସକାଳ ପ୍ରାୟ ୭ ଟାରେ ଭୁଶୁଡ଼ିବା ପରେ ଉକ୍ତ ସ୍ଥାନରେ ଏକ ଭୟଙ୍କର ଦୃସ୍ୟ ସାମ୍ନ।।କୁ ଆସିଥିଲା । କଂକ୍ରିଟ୍ ତଳେ ଅନେକ ଲୋକଙ୍କ ଚାପିହୋଇ ରହିଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବର ପାଇ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଅଧିକାରୀମାନେ ଭୟ କରୁଛନ୍ତି ଯେ ୩୦ ରୁ ଅଧିକ ଶ୍ରମିକ କଂକ୍ରିିଟ ତଳେ ଫସି ରହିଛନ୍ତି।

କୋସି ନଦୀ ଉପରେ ୪ ୯୮୪ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିଲା । ୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲା। ମାତ୍ର କାମ ନରସରିବାରୁ ୨୦୨୪ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬ ପ୍ରତିଶତ ସେତୁ କାମ ଶେଷ ହୋଇଛି। ଏଥିରେ ମୋଟ ୧୭୧ଟି ସ୍ତମ୍ଭ ଥିବା ବେଳେ ସେଥିରୁ ୧୬୬ରୁ ଅଧିକ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି। ଏହି ପୋଲରେ ସମୁଦାୟ ୩ କିଲୋମିଟର ଆପ୍ରୋଚ ରୋଡ ରହିଛି ।

Leave a Reply

Your email address will not be published. Required fields are marked *