Pratidin TV

Odisha's Digital News Platform

ଗିଲ୍‌ଙ୍କ ଧୂଆଁଧାର ଶତକ ସତ୍ତ୍ୱେ ବାଂଲାଦେଶ ଆଗରେ ତିଷ୍ଟି ପାରିଲା ରୋହିତ ବାହିନୀ

1 min read

କଲମ୍ବୋ: ଏସିଆ କପ ୨୦୨୩ରେ ସୁପର ୪ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳା ସରିଛି । ଆଉ ଏହି ମ୍ୟାଚରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଥିଲା । ଏସିଆ କପ ଫାଇନାଲରେ ପୂର୍ବରୁ ପ୍ରବେଶ କରି ସାରିଥିବା ଭାରତକୁ ସୁପର ୪ର ଶେଷ ମ୍ୟାଚ୍‌ରେ ୭ ରନରେ ହରାଇ ଦେଇଛି ବାଂଲାଦେଶ । ୨୦୧୨ ପରେ ଏସିଆ କପରେ ପ୍ରଥମ ଥର ପାଇଁ ଭାରତକୁ ହରାଇ ବାଂଲାଦେଶ ନୂଆ କୀର୍ତ୍ତିମାନ ହାସଲ କରିଛି । ଏସିଆ କପ ଫାଇନାଲରୁ ବାଦ ପଡ଼ି ସାରିଥିବା ବାଂଲାଦେଶ ଏହି ବିଜୟ ସହ ନିଜର ଏସିଆ କପର ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୬୫ ରନ କରିଥିଲା । ୨୬୬ରନର ଟାର୍ଗେଟକୁ ପିଛା କରି ୨୫୯ରନରେ ଅଲଆଉଟ ହୋଇିଥିଲା ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଓଭରରେ ଅଧିନାୟକ ରୋହିତ ଶର୍ମା ଜିରୋରେ ଆଉଟ ହୋଇଥିଲେ ।

ଏହାପରେ ଡେବ୍ୟୁଟାଣ୍ଟତିଲକ ବର୍ମା କେବଳ ୫ ରନ କରିବାକୁ ସକ୍ଷମ ହୋଇଥିଲେ । ଉଭୟଙ୍କ ୱିକେଟ ତାନଞ୍ଜିମ ହାସକ ସାକିବ ନେଇଥିଲେ ।୧୭ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଶୁବମନ ଗିଲ ଓ କେଏଲ ରାହୁଲ ସମ୍ଭାଳିଥିଲେ । ଉଭୟ ଦଳୀୟ ସ୍କୋରକୁ ୭୪ରେ ପହଞ୍ଚାଇଥିଲେ । ଏହି ସମୟରେ ୧୯ ରନ କରିଥିବା କେଏଲ ରାହୁଲଙ୍କୁ ଆଉଟି ମାହିଦ ହାସନ ଦଳକୁ ତୃତୀୟ ଝଟକା ଦେଇଥିଲେ ।ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଗିଲ କିନ୍ତୁ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ତାଙ୍କୁ ଅକ୍ଷର ପଟେଲ ବେଶ କିଛି ସମୟ ସହଯୋଗ କରିଥିଲେ । ଗିଲ୍ ମଧ୍ୟ ଶତକ ହାସଲ କରି ଭାରତକୁ ବିଜୟ ପଥରେ ନେବାକୁ ଚେଷ୍ଟା କରିଥିଲେ । ତେବେ ଦଳୀୟ ସ୍କୋର ୨୦୯ ଥିବା ବେଳେ ଗିଲ୍ ଛକା ମାରିବାକୁ ଯାଇ ମାହିଦ ହାସନଙ୍କ ବଲରେ ଆଉଟ ହୋଇଥିଲେ ।

Advertisement

ଗିଲ୍ ଆଉଟ ହେବା ପରେ ଭାରତର ବିଜୟ ରାସ୍ତା କଠିନ ହୋଇ ଯାଇଥିଲା ।ଭାରତକୁ ଶେଷ ୩ ଓଭରରେ ୩୧ ରନର ଆବଶ୍ୟକ ରହିଥିଲା । ଅକ୍ଷର ୪୨ ରନ କରି ଆଉଟ ହେବା ସହ ଭାରତର ବିଜୟ ଆଶା ଏକ ପ୍ରକାରର ମଉଳି ଯାଇଥିଲା । ଶେଷରେ ମହମ୍ମଦ ଶାମିଙ୍କୁ ରନ ଆଉଟ କରାଇ ବାଂଲାଦେଶ ୬ ରନରେ ମ୍ୟାଚକୁ ବାଜି ମାରିନେଇଗଲା ।ଆଉ ଭାରତର ବିଜୟ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା । ଶେଷ ଥର ପାଇଁ ଏସିଆକପ ୨୦୧୨ରେ ବାଂଲାଦେଶ ଭାରତକୁ ହରାଇଥିଲା । ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ଭାରତକୁ ହରାଇ ଏସିଆ କପ ଅଭିଯାନକୁ ଶେଷ କରିଛି ।

ସୂଚନାମୁତାବକ ଆସନ୍ତାକାଲି ଏସିଆକପ୨୦୨୩ର ଫାଇନାଲ ମ୍ୟାଚ ହେବ । ଭାରତ ସହ ଶ୍ରୀଲାଙ୍କ ମୁହାଁମୁହିଁ ହେବ । ତେବେ ଦେଖିବାକୁ ବାକି ରହିଲା କିଏ ମାରିବ ବାଜି ।

Leave a Reply

Your email address will not be published. Required fields are marked *