Pratidin TV

Odisha's Digital News Platform

ବାରବାଟୀ ଟି-୨୦: ଟସ୍ ହାରି ବ୍ୟାଟିଂ କରିବ ଭାରତ, ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଲା ସାଉଥ୍ ଆଫ୍ରିକା

1 min read

ଭୁବନେଶ୍ୱର: ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ସାଉଥ୍ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ବେଳେ ଦଳ ଅପରିବର୍ତ୍ତିତ ଏକାଦଶ ସହିତ ପଡିଆକୁ ଓହ୍ଲାଇଛି ।

ଅନ୍ୟ ପକ୍ଷରେ ଦୁଇଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇବ ସାଉଥ୍ ଆଫ୍ରିକା । ଆହତ କାରଣରୁ କ୍ୱିଣ୍ଟନ୍ ଡିକକ୍ ବାଦ ପଡିଥିବା ବେଳେ ଟିଷ୍ଟିଆନ୍ ଷ୍ଟବ୍ସଙ୍କୁ ପ୍ରଥମ ମ୍ୟାଚ ପରେ ବାଦ ଦିଆଯାଇଛି । ଡିକକଙ୍କ ସ୍ଥାନରେ ହେନରିକ୍ କ୍ଲାସିନ୍ ଏବଂ ଷ୍ଟବସଙ୍କ ସ୍ଥାନରେ ରେଜା ହେଣ୍ଡ୍ରିକ୍ସଙ୍କୁ ସାମିଲ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *