Pratidin TV

Odisha's Digital News Platform

ପାକିସ୍ତାନରେ ଆଶ୍ରୟ ନେଇ ଭାରତ ନାଁରେ ବିଷ ଓଗାଳୁଛନ୍ତି ମୁସଲମାନ ବାପ ପୁଅ…

1 min read


ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଲା ସୀମା ହାଇଦର । ଏବେ ପୁଣି ଥରେ ଭାରତରୁ ପାକିସ୍ତାନକୁ ଗଲେ ବାପ ପୁଅ । ଦିଲ୍ଲୀରୁ ମୁସଲମାନ ବାପା ପୁଅ ପାକିସ୍ତାନ ଯାଇ ସେଠାରେ ଭାରତ ନାଁରେ ଓଗାଳୁଛନ୍ତି ବିଷ । ସୀମା ହାଇଦର ନିଜ ପିଲାମାନଙ୍କୁ ଧରି ଭାରତ ଆସିବା ପାଇଁ ପ୍ରଥମେ ଦୁବାଇ ପହଞ୍ଚିଥିଲା । ପରେ ଦୁବାଇରୁ ନେପାଳ ଦେଇ ଭାରତକୁ ପ୍ରବେଶ କରିଥିଲା । ସେହିପରି ଏହି ବାପା ପୁଅ ଦୁଇ ଜଣ ପ୍ରଥମେ ଭାରତରୁ ଦୁବାଇ ଯାତ୍ରା କରିଥିଲେ । ପରେ ଆଫଗାନିସ୍ତାନ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ ।


ସୂଚନା ମୁତାବିକ ହୁସେନ ଏବଂ ଆମୀର ନୂଆଦିଲ୍ଲୀର ଗୈାତମପୁରୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଦୁହେଁ ପାକିସ୍ତାନ ଯିବାପରେ ସେଠାରେ ଭାରତ ନାମରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଦୀର୍ଘଦିନରୁ ତାଙ୍କୁ ଭାରତରେ ଧାର୍ମିକ ନିର୍ଯ୍ୟାତନାର ସମୁଖୀନ ହେବାକୁ ପଡିଥିଲା । ଯେଉଁଥିପାଇଁ ସେମାନେ ବାଧ୍ୟ ହୋଇ ପାକିସ୍ତାନ ଯିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ବାପା ହୁସେନ କହିଛନ୍ତି ଯେ ସେ ତାଙ୍କ ପୁଅ ସହିତ ପାକିସ୍ତାନରେ ଆଶ୍ରୟ ନେବାକୁ ଚାହୁଁଛନ୍ତି । ତାଙ୍କୁ ଜେଲରେ ରଖାଗଲେ ମଧ୍ୟ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ପାକିସ୍ତାନରୁ କୈାଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ । ତେବେ ବାପା ହୁସେନ ଏବଂ ପୁଅ ଇଶାକ ବର୍ତ୍ତମାନ ପାକିସ୍ତାନ କରାଚିରେ ଥିବା ଏଡି ୱେଲଫେୟାର ଟ୍ରଷ୍ଟର ଆଶ୍ରୟ ଗୃହରେ ଅଛନ୍ତି । ପ୍ରାୟ ୧୪ ଦିନ ପୂର୍ବରୁ ଦୁହେଁ କରାଚିରେ ପହଞ୍ଚି ଥିଲେ । ସେପ୍ଟେମ୍ବର ୨ ରେ ଦୁହେଁ ନୂଆଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ଆଫଗାନିସ୍ତାନର ଦୂତାବାସରୁ ଭିସା ପାଇଥିଲେ । ପରେ ସେ କାବୁଲରେ ପହଞ୍ଚି ସେଠାରୁ ପାକିସ୍ତାନରେ ପ୍ରବେଶ କରିଥିଲେ । ଆଫଗାନିସ୍ତାନ ଏଜେଣ୍ଟ ମାନଙ୍କ ସହାୟତାରେ ସେମାନେ ସୀମା ପାର କରିବାରେ ସଫଳ ହୋଇଥିଲେ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *