Pratidin TV

Odisha's Digital News Platform

ମ୍ୟାଚ ଜିତିବା ପାଇଁ ଭାରତକୁ ଦରକାର ୭୯ ରନ..

1 min read

ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ମିଳିଛି ମାତ୍ର ୭୯ ରନର ଟାର୍ଗେଟ। କେପଟାଉନରେ ଏଡେନ ମାକରମଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୭୬ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିଥିବା ଭାରତକୁ ବିଜୟ ପାଇଁ ୭୯ ରନର ଟାର୍ଗେଟ ମିଳିଛି।ପ୍ରଥମ ପାଳିରେ ମହମ୍ମଦ ସିରାଜ ଦକ୍ଷିଣ ଆଫ୍ରିକାକୁ ପାଣି ପିଆଇ ଦେଇଥିଲେ। ଦ୍ୱିତୀୟ ପାଳିରେ ଜସ୍‌ପ୍ରିତ ବୁମରା ଦଳ ପାଇଁ ଘାତକ ସାଜିଲେ। ଦ୍ୱିତୀୟ ପାଳିରେ ବୁମରା ୬୧ ରନ୍ ଦେଇ ୬ଟି ୱିକେଟ୍ ନେଇଛନ୍ତି।

ଭାରତକୁ ଜିତିବା ପାଇଁ ମାତ୍ର ୭୯ ରନ୍‌ ଟାର୍ଗେଟ୍ ରହିଛି। ଦ୍ୱିତୀୟ ଇନିଂସରେ ଓପନର୍ ଆଡେନ ମାର୍‌କ୍ରମ ଦକ୍ଷିଣ ଆଫ୍ରିକା ପାଇଁ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୧୦୩ ବଲରେ ୧୦୬ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ବି ଭାରତୀୟ ବୋଲରଙ୍କ ବିରୋଧରେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଭଲ ପ୍ରଦର୍ଶ କରିପାରି ନଥିଲେ। ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ଜସପ୍ରୀତ ବୁମରା ଘାତକ ବୋଲିଂ କରି ଦକ୍ଷିଣ ଆଫ୍ରିକାର ଅଣ୍ଟା ଭାଙ୍ଗି ଦେଇଥିଲେ। ସେ ବୁମରା ଟ୍ରଷ୍ଟନ୍ ଷ୍ଟବ୍, ଡେଭିଡ୍ ବେଡିଂଘହମ୍, କାଇଲ୍ ଭେରେନେ, ମାର୍କୋ ଜାନସେନ୍, କେଶବ ମହାରାଜ ଏବଂ ଲୁଙ୍ଗି ଏଙ୍ଗିଡ଼ିଙ୍କୁ ଆଉଟ୍ କରିଥିଲେ। ବୁମ୍‌ରାଙ୍କ ବ୍ୟତୀତ ଦ୍ୱିତୀୟ ପାଳିରେ ମୁକେଶ କୁମାର ଦୁଇଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisement

Leave a Reply

Your email address will not be published. Required fields are marked *