Pratidin TV

Odisha's Digital News Platform

ଭାରତ ମାଟିରେ ଆଣ୍ଟେଇଲା ପାକିସ୍ତାନ ; ୫୦ ରନ୍‌ରେ ବାବର ଆଉଟ୍ , ଭାରତକୁ ୧୯୨ ଟାର୍ଗେଟ୍ ..

1 min read

ଅହମ୍ମଦାବାଦ୍ ; ଭାରତ ମାଟିରେ ଆଣ୍ଠେଇଲା ପାକିସ୍ତାନ । ନିରାଶ ହେଲେ ପାକିସ୍ତାନ ଦର୍ଶକ । ଭାରତ ବିପକ୍ଷରେ ଆଶା କରାଯାଉଥିବା ବଡ ସ୍କୋର କରିବ ଆଉ କଡା ଟକ୍କର ଦେଖିବାକୁ ମିଳିବ । କିନ୍ତୁ ନିରାଶ କରିଛନ୍ତି ପାକିସ୍ତାନୀ ବ୍ୟାଟର୍ । ଭଲ ଆରମ୍ଭ କରିଥିବା ବାବର ଆଜମଙ୍କ ଟିମ୍ ୨୦୦ ସ୍କୋର ବି କରିବାକୁ ସକ୍ଷମ ହୋଇନି । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ମାଟି କାମୁଡିଛି ପାକିସ୍ତାନ ଦଳ ।

ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ରେ ଭାରତୀୟ ବୋଲରଙ୍କ କମାଲ । ପାକିସ୍ତାନ ୧୯୧ ରନ୍ରେ ଅଲଆଉଟ୍ କରିଛି ଟିମ୍ ଇଣ୍ତିଆ । ୪୨.୫ ଓଭର ଖେଳି ୧୯୧ ରନ୍ରେ ଅଲଆଉଟ୍ ହୋଇଛି ପାକିସ୍ତାନ । ବର୍ତ୍ତମାନ ଭାରତକୁ ଜିତିବାକୁ ହେଲେ ୧୯୨ ରନ୍ କରିବାକୁ ହେବ । ପାକିସ୍ତାନ ପକ୍ଷରୁ ଓପନର୍ ଅବଦୁଲ୍ଲା ସାଫିକ୍ ଓ ଇମାମ୍ ଉଲ୍ ହକ୍ ଭଲ ଆରମ୍ଭ କରିଥିଲେ । ଅବଦୁଲ୍ଲା ୨୦ ରନ୍ କରି ଆଉଟ ହେବା ପରେ ଇମାମ୍ ୩୬ ରନ୍ର ସମ୍ମାନଜନକ ସ୍କୋର କରିଥିଲେ । ଅଧିନାୟକ ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ବଡ ପାର୍ଟନରସିପ୍ କରିଥିଲେ ସୁଦ୍ଧା ଦଳ ପାଇଁ ବଡ ସ୍କୋର ଛିଡା କରିବାକୁ ସକ୍ଷମ ହୋଇନାହାନ୍ତି । ଅଧିନାୟକ ବାବର ଆଜମ ୫୮ ବଲରୁ ୫୦ ରନ୍ କରି ଆଉଟ ହୋଇଥିବା ବେଳେ ମହମ୍ମଦ ରିଜଓ୍ବାନ୍ ୪୯ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ଇଫତିକାର ଅହମ୍ମଦ ୪ ରନ କରି ଆଉଟ ହୋଇଥିବା ବେଳେ ସଦାବ ଖାନ ୨ ରନ, ମହମ୍ମଦ ନଓ୍ବାଜ୍ ୪ ରନ, ସାଉଦ୍ ଅହମଦ ୪ ରନ ହାସନ୍ ଅଲ୍ଲୀ ୧୨ ରନ କରି ଆଉଟ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *