ଜୁଲାଇ ୨୬ କାର୍ଗିଲ ବିଜୟ ଦିବସ : ଆଜିବି ମନେପଡନ୍ତି ବୀର ଯବାନ ..
1 min readଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳୁଛି ସାରା ଭାରତବର୍ଷ । କିନ୍ତୁ ଏହି ନା ହିଁ ଯଥେଷ୍ଟ ଲୋକମାନଙ୍କୁ ସେଇ ଲୋମଟାଙ୍କୁରା ଦିନକୁ ମନେରଖିବା ପାଇଁ । କେମିତି ଭୁଲିବ ଭାରତ ବିଜୟ ସହ ନିଜର ଅନେକ ବୀର ସନ୍ତାନଙ୍କର ବଳିକୁ ଦେଖିଥିଲା । ନିଜ ଛାତି ଉପରେ ବୀର ପୁତ୍ର ମାନଙ୍କର ରକ୍ତ ବୋହିବାର କଷ୍ଟ ସହିଥିଲା ଭାରତ ମାଁ । କିନ୍ତୁ ତାର ସେଇ ବୀର ପୁତ୍ରମାନେ ତାକୁ ନଇଁବାକୁ ଦେଇନଥିଲେ ।
୧୯୯୯ମସିହାରେ ଲାହୋର ରାଜିନାମକୁ ଅମାନ୍ୟ କରି ଯେତେବେଳେ ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳକୁ ପ୍ରବେଶ କରିଥିଲା । ସେତେବେଳେ ଆରମ୍ଭ ହୋଇଥିଲା କାର୍ଗିଲୱାର । ଭାରତ ପାକିସ୍ତାନ ମଧ୍ୟରେ ୨ ମାସରୁ ଉର୍ଦ୍ଧ ସମୟ ଧରି ଚାଲିଥିଲା ଯୁଦ୍ଧ । ଶେଷରେ ନିଜ ମାଟି ମାଁର ସମ୍ମାନ ରଖିô ଦେଶକୁ ଗୌରାବନ୍ୱିତ କରିଥିଲେ ଆମ ଭାରତ ମା’ର ବୀର ପୁତ୍ରମାନେ । ଆଉ କାଗ୍ରିଲ ଯୁଦ୍ଧରେ ପରାଜିତ ହୋଇଥିଲା ପାକିସ୍ତାନ ଜିତିଥିଲା ଭାରତ । କିନ୍ତୁ ଅନେକ ବୀର ଯବାନକୁ ହରାଇଥିଲା ଭାରତ । ସେଇ ବୀର ଯବାନଙ୍କ ବୀରତ୍ୱ ଏବଂ ଦେଶପ୍ରତି ଥିବା ଶ୍ରଦ୍ଧାଞ୍ଜଳି କୁ ମନେପକାଇବା ପାଇଁ ପ୍ରତ୍ୟକବର୍ଷ ଏହି ଦିନରେ କାର୍ଗିଲ ବିଜୟ ଦିବସ ପାଳନ କରୁ ଆମେ ଭାରତବାସୀ।