Pratidin TV

Odisha's Digital News Platform

ଦେଶରେ ୯ ପାର କଲା ମଙ୍କିପକ୍ସ ଆକ୍ରାନ୍ତ : ବିଶ୍ୱ ଜରୁରୀକାଳିନ ପରିସ୍ଥିତିକୁ ନେଇ ପୂର୍ବାନୁମାନ କଲା WHO

1 min read

ନୂଆଦିଲ୍ଲୀ : ଦେଶରେ କରୋନା ସାଙ୍ଗକୁ ଚିନ୍ତା ଘାରୁଛି ମଙ୍କିପକ୍ସ । ତେବେ କିଛି ଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ ସଂଗଠନ ବା (ହୁ )ଏନେଇ ଆଗକୁ ବିଶ୍ୱ ଜରୁରୀକାଳିନ ପରିସ୍ଥିତିର ସାମ୍ନା କରିପାରେ ବୋଲି ସୂଚନା ଦେଇଥିଲା ।ସେହିପରି ଗତକାଲି ଦିଲ୍ଲୀରେ ଜଣେ ୩୧ ବର୍ଷିୟ ମହିଳା ମଙ୍କିପକ୍ସ ଆକ୍ରାନ୍ତ ସନ୍ଦେହ କରାଯାଇଥିଲା ।

ମହିଳାଜଣଙ୍କ ଠାରେ ଜ୍ୱର ଏବଂ ଚର୍ମରେ ଫୋଟକା ଇତ୍ୟାଦି ଲକ୍ଷଣ ଦେଖିଦେବା ପରେ ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥଲା,ଗତକାଲି ଆସିଥିବା ରିପୋର୍ଟରେ ସେ ମଙ୍କିପକ୍ସ ଆକ୍ରାନ୍ତ ବୋଲି ଜଣାପଡିଛି । ତେବେ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

Advertisement

ଏହା ପୂର୍ବରୁ ଦିଲ୍ଲୀରେ ୨ ଦିନ ତଳେ ଆଉ ଜଣେ ୩୫ ବର୍ଷିୟ ଫରେନର୍ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ଏହାକୁ ମିଶାଇ ଦିଲ୍ଲୀରେ ସର୍ବମୋଟ ସଂକ୍ରମଣ ୪ ରେ ପହଞ୍ଚିଥିବା ବେଳେ ,କେରଳରେ ଏହା ୫ କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *