୨ ମାସ ଭିତରେ ଟ୍ରାକ୍ରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା
1 min readଗ୍ରୀଷ୍ମ ଛୁଟି ସହ ପାର୍ବଣ ଋତୁ ସମୟରେ ଏବଂ ବିବାହ ସମୟରେ ଟ୍ରେନ ଯାତ୍ରା ବହୁ ଯାତ୍ରୀ କରିଥାନ୍ତି | କିନ୍ତୁ ଟିକେଟ ପାଇଁ ବହୁ ସମସ୍ୟା ଦେଖିବାକୁ ମିଳିଥାଏ | ଏହାରି ମଧ୍ୟରେ ଶନିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ ଘୋଷଣା କରିଛନ୍ତି | ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ୨ ମାସ ଭିତରେ ଟ୍ରାକରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍।
୧୬ କୋଚ୍ ବିଶିଷ୍ଟ ରହିବ ବନ୍ଦେ ଭାରତ ସ୍ଲିପର ଭର୍ସନ। ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ। ୧୦ଟି କୋଚ୍ ଏସି-୩, ୪ଟି ଏସି-୨ ଓ ଗୋଟିଏ ଏସି-୧ ରହିବ। ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ।
ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ। ପ୍ରଥମ ପର୍ଯ୍ୟାୟ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡିବ। ଏହାପରେ ପର୍ଯ୍ୟୟ କ୍ରମେ ଘଣ୍ଟା ପ୍ରତି ୧୬୦ରୁ ୨୨୦ କିଲୋମିଟର ବେଗରେ ଦୌଡିବ।
ଟ୍ରେନ କାର୍ଯ୍ୟ ଜୋରସୋରରେ ଚାଲିଛି | ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବେଙ୍ଗାଲୁରୁରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଡିସେମ୍ବର କିମ୍ବା ଜାନୁଆରୀରେ ଦିଲ୍ଲୀ-କୋଲକାତା ଅଥବ ଦିଲ୍ଲୀ-ମୁମ୍ବାଇ ଯେକୌଣସି ରେଳ ଟ୍ରାକ୍ରେ ଦୌଡିବା ସମ୍ଭାବନା ଅଛି ବୋଲି ଜଣେ ଅଧିକାରୀ କହିଛନ୍ତି।