Pratidin TV

Odisha's Digital News Platform

ନକଲି ମୁଦ୍ରା କାରବାରରେ ଏନଆଇଏ କୋର୍ଟ ଷଷ୍ଠ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି..

1 min read


ନକଲି ନୋଟ କାରବାରରେ ଧରା ପଡିଲେ ଜଣେ ମହିଳା ଅଭିଯୁକ୍ତ । ଅନେକ ଦିନ ଧରି ନକଲି ନୋଟ କାରବାରରେ ସଂମ୍ପୃକ୍ତ ଥିବାରୁ ତାଙ୍କୁ ଏନଆଇଏ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏନଅ।।ଇଏ କୋର୍ଟ ଅନୁଯାୟୀ ଏହି ମହିଳା ବେଙ୍ଗାଲୁରରେ ନକଲି ମୁଦ୍ରା ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ମହିଳା ଜଣକ ହେଉଛନ୍ତି ଭାନିଥା (ଛଦ୍ମନାମ) । ସେ ବାଂଲାଦେଶରୁ ଭାରତକୁ ଉଚ୍ଚମାନର ନକଲି ନୋଟ ଚୋରା କାରବାରରେ ଜଡିତ ରହିଥିଲେ । ବେଙ୍ଗାଲୁରରୁ କର୍ଣ୍ଣାଟକ ଦେଇ ବିପୁଳ ପରିମାଣରେ ନକଲି ନୋଟ ଭାରତକି ଚୋରା ଚାଲାଣ ହେଉଥିଲା । ଏହି ନକଲି ମୁଦ୍ରା ଉକ୍ତ ମହିଳାଙ୍କୁ ଏନଆଇଏ କୋର୍ଟ ଦୋଷୀ ସାବସ୍ତ୍ୟ କରିଛନ୍ତି । ତେବେ ମହିଳା ଜଣକ ହେଉଛନ୍ତି ଭାନିଥା (ଛଦ୍ମନାମ) । ତାଙ୍କୁ ଭାରତୀୟ ଆଇନ ଅନୁଯାୟୀ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିସହ କୋର୍ଟ ମହିଳାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।


ପୂର୍ବରୁ ୨୦୨୮ ରେ ଏନଆଇର ମିଳିତ ଅପରେସନରେ ପାଖାପାଖି ୪.୩୪ ଲକ୍ଷ ଟଙ୍କାର ନଲନ ନୋଟ ଜବତ କରିବା ସହ ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଥିଲେ । ପରେ ଭାନିଥାଙ୍କ ଠାରୁ ପ୍ରାୟ ୨.୫୦ ଲକ୍ଷ ଟଙ୍କାର ନକଲି ମୁଦ୍ରା ଜବତ କରାଯାଇଛି । ଫଳରେ ଜଣେ ଏନଆଇଏ ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି କର୍ଣ୍ଣାଟକ ପୋଲିସ ମାମଲା ରୁଜ୍ଜୁ କରିଥିଲା । ପରବର୍ତ୍ତୀ ସମୟରେ ପୁଣିଥରେ ଏନଆଇଏ ଦ୍ୱାରା ମାମଲାକୁ ପଞ୍ଜିକୃତ କରାଯାଇ ତଦନ୍ତ ଜାରୀ ରହିଥିଲା । ମୁଖ୍ୟ ଅଭିଯୋଗ ଅବଦୁଲ ଖଦିରଙ୍କ ନେତୃତ୍ୱରେ ଏହି ନକଲି ନୋଟ ଚୋରା ଚାଲାଣ ର‌୍ୟାକେର୍ଟ ର ଖୁଲାସା ହୋଇଥିଲା । ତେବେ ୨୦୧୮ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ମୋଟ ୮ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଥିଲା ଏଥିରୁ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *