Pratidin TV

Odisha's Digital News Platform

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ହେଲା ଟାଇ

1 min read

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୮ ଉଇକେଟ ହରାଇ ୨୩୦ ରନ କରିଥିବାବେଳେ ଭାରତ ୪୭.୫ ଓଭରରେ ୨୩୦ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ କୌଣସି ଦଳ ଅଗ୍ରଣୀ ନେବାରେ ସକ୍ଷମ ହୋଇ ନାହାନ୍ତି।

ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଥିଲା ଶ୍ରୀଲଙ୍କା । ତେବେ ନିଶଙ୍କାଙ୍କ ଲଢୁଆ ୫୬ ରନ୍ ଓ ୱାଲେଗେଙ୍କ ଲଢୁଆ ୬୭ ରନ୍ ସହାୟତାରେ ଶ୍ରୀଲଙ୍କା ୨୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ସିରାଜ, ଦୁବେ, ୱାସିଂଟନ ଓ କୁଳଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

Advertisement

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୮ ରନ କରିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି। ଶ୍ରୀଲଙ୍କାର ସ୍ପିନ ଯାଦୁରେ ଫସି ଭାରତୀୟ ବ୍ୟାଟର ଚିତପଟାଙ୍ଗ ମାରିଛନ୍ତି। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ପ୍ରଥମେ ୨୫ ରନ କରି ଶିବମ ଦୁବେ ଆଉଟ ହୋଇଥିଲେ।

୨୩୧ ରନର ଟାର୍ଗେଟ ପାଇଥିବା ଭାରତକୁ ରୋହିତ ଶର୍ମା ଓ ଶୁବମନ ଗିଲ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ୱେଲାଲାଗେ ୧୬ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ରୋହିତ ଶର୍ମା ୫୮ କରି ୱେଲାଲାଗେଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବିରାଟ କୋହଲି ୨୪, ୱାଶିଂଟନ ସୁନ୍ଦର ୫ ଓ ଶ୍ରେୟସ ଆୟର ୨୩ ସମସ୍ତଙ୍କୁ ନିରାଶ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାଲେଲାଗେ ପ୍ରଥମ ୨ଟି ୱିକେଟ ନେଇଥିଲେ । ସେହିଭଳି ହର୍ଷରଙ୍ଗା ଓ ଅସଲଙ୍କା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଫର୍ଣ୍ଣାଡୋ ଓ ଧନଞ୍ଜୟଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

Leave a Reply

Your email address will not be published. Required fields are marked *