ଭାରତ ଲଞ୍ଚ କରିବ ସ୍ୱଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ୍
1 min readବିଶ୍ୱ ଦେଖିବ ଭାରତର ମହାକାଶ ବିଜ୍ଞାନ ଶକ୍ତି | ଏଣିକି ଭାରତ ଇସ୍ରୋ ଲଞ୍ଚ କରିବ ସ୍ବଦେଶୀ ବିଦ୍ୟୁତ ଚଳିତ ସାଟେଲାଇଟ | ଡିସେମ୍ବରରେ ଏହାକୁ ଲଞ୍ଚ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ।
ସୂଚନା ଅନୁଯାୟୀ, ମହାକାଶ ବାୟୋଟେକ୍ ଗବେଷଣା ପାଇଁ ବାୟୋଟେକ୍ନୋଲୋଜି ବିଭାଗ ସହ ଏମଓୟୁ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ମହାକାଶ ବାୟୋଟେକ୍ନୋଲୋଜି ଗବେଷଣାରେ ସହଯୋଗ ପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମହାକାଶ ଅଭିଯାନରେ ସବୁଠୁ ବଡ଼ ଆହ୍ୱାନ ହେଉଛି ମହାକାଶଚାରୀଙ୍କ ପାଇଁ ପୋଷକ ତତ୍ତ୍ୱର ଉପଲବ୍ଧତା, ଖାଦ୍ୟ ସଂରକ୍ଷଣ, ବିକିରଣ ଏବଂ କର୍କଟ, ମୋତିଆବିନ୍ଦୁ, ହାଡ଼, ମାଂସପେଶୀ କ୍ଷୟ ଭଳି ସ୍ୱାସ୍ଥ୍ୟ ବିପଦ। ଏହି ସମସ୍ୟାର ସମାଧାନ ପାଇଁ ବାୟୋଟେକ୍ନୋଲୋଜି ବିଭାଗ ଓ ଇସ୍ରୋ ମିଳିତ ଭାବେ ଗବେଷଣା କରିବେ । ଏହି ଗବେଷଣା ଗଗନଯାନରେ ମହାଶୂନ୍ୟକୁ ଯିବାକୁ ଥିବା ମହାକାଶଚାରୀଙ୍କ ପାଇଁ ସହାୟକ ହେବ ।
ଡିସେମ୍ବରରେ ଏହାକୁ ଲଞ୍ଚ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ସେହିପରି ୨୦୨୮ରେ ଚନ୍ଦ୍ରାଯାନ-୪ ଲଞ୍ଚ ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ଏହାପରେ ଜାପାନ ସହ ମିଳିତ ଭାବେ ଚନ୍ଦ୍ରାଯାନ-୫ ଲଞ୍ଚ କରିବାକୁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପ୍ରେରଣ ନେଇ ଲକ୍ଷ୍ୟ ରଖିଛି ଭାରତ।