Pratidin TV

Odisha's Digital News Platform

ପ୍ରତିଶୋଧ ନେଲା ଭାରତ ଜିମ୍ବାୱେକୁ ଶହେ ରନରେ କଲା ପ୍ରରାସ୍ତ

1 min read

୨୪ ଘଣ୍ଟାରେ ପ୍ରତିଶୋଧ ନେଲା ଟିମ ଇଣ୍ଡିଆ |ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତୀୟ ଟିମ ଜିମ୍ବାୱେକୁ ବିଶାଳ ୧00 ରନରେ ପରାସ୍ତ କରିଛି | ପ୍ରଥମ ମ୍ୟାଚ ୧୩ ରନରେ ହାରିବା ପରେ ଭାରତୀୟ ଟିମ ରବିବାର ଦ୍ୱିତୀୟ ମୁକାବିଲାରେ ୧00 ରନରେ ବିଜୟ ହୋଇଛନ୍ତି | ଏହାସହ ୫ଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ୧ରେ ବରାବର ହୋଇଛି |

ଓପନର ଅଭିଷେକ ଶର୍ମାଙ୍କର ଦମଦାର ଶତକ ବଳରେ ୨ଟିଣ ୫ ରନ ଲକ୍ଷ ଦେଇଥିଲା | ଜବାବରେ ଜିମ୍ବାୱେ ଟିମ ୧୮ ଓଭରରେ ୩୪ ରନରେ ଅଲଆଉଟ ହୋଇଛନ୍ତି | ଭାରତ ପାଇଁ ଦ୍ରୁତ ବୋଲର ମୁକେଶ କୁମାର ଏବଂ ଅଭିଶାନ୍ତ ୩ଟି ଵିକେଟ ନେଇଥିଲେ | ସ୍ପିନର ରବି ବିଷ୍ଣୋଇ ଏବଂ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଵିକେଟ ନେଇଥିଲେ | ହାରାହାରି ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତି ନେଇଥିଲା |

ଅଭିଷେକ ଶର୍ମାଙ୍କ ଧୂଆଁଦାର ଶତକ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଅର୍ଦ୍ଧେଶତକ ଇନିଂ ଏବଂ ରୀଙ୍କ ସିଂଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨0 ଓଭରରେ ୨ଟି ଵିକେଟ ହରାଇ ୨୩୪ ରନ କରି ବିଜୟ ଲାଭ କରିଥିଲା |

Leave a Reply

Your email address will not be published. Required fields are marked *