Pratidin TV

Odisha's Digital News Platform

IND VS AUS : ଗିଲ୍ ନା ରାହୁଲ ! ପ୍ରଥମ ଟେଷ୍ଟରେ ରୋହିତ୍‌ଙ୍କ ସହ କିଏ କରିବ ଓପନିଙ୍ଗ୍ ? ଦ୍ୱନ୍ଦରେ ଟିମ୍ ଇଣ୍ଡିଆ..

1 min read

ନୂଆଦିଲ୍ଲୀ : ଫ୍ରେବୃଆରୀ ୯ ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ । ଏନେଇ ଉଭୟ ଦଳ ମଧ୍ୟରେ ପ୍ରଥମରୁ ହିଁ ଦ୍ୱନ୍ଦ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଦଳର ୨ ଷ୍ଟାର ବୋଲର ଆହତ କାରଣରୁ ପ୍ରଥମ ଟେଷ୍ଟ ସିରିଜରୁ ବାଦ୍ ପଡିଥିବା ବେଳେ ଇଣ୍ଡିଆ ଦଳକୁ କିନ୍ତୁ ଓପନିଙ୍ଗ ଚିନ୍ତା ଘାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମ୍ୟାଚଗୁଡିକରେ ରୋହିତ ଶର୍ମାଙ୍କ ସହ କେ.ଏଲ ରାହୁଲ ଓପିନିଙ୍ଗ୍ କରୁଥିବାର ନଜର ଆସିଥିଲେ । କିନ୍ତୁ ବିଗତ କିଛି ଦିନ ହେବ ଶୁବମନ୍ ଗିଲ୍ ନିଜର ଧୁଆଂଧାର ବ୍ୟାଟିଂର ଜଲୱା ଦେଖାଇ ଟିମ୍ ଇଣ୍ଡିଆରେ କେଏଲ ରାହୁଲଙ୍କ ପାଇଁ ବଡ ପ୍ରତିବନ୍ଧକ ସାଜିଛନ୍ତି ।
କାହାଦ୍ୱାରା ଓପନିଙ୍ଗ୍ କରାଇବେ କ୍ୟାପଟେନ୍ ରୋହିତ ଶର୍ମା ?

ନାଗପୁରରେ ଟିମ୍ ଇଣ୍ଡିଆର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ତେବେ ଭାରତୀୟ ଟିମ୍‌ର ବଡ ଲକ୍ଷ୍ୟ ଯେ କିପରି ଆରମ୍ଭରୁ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବା ସହ କଙ୍ଗାରୁ ଟିମ୍‌ଠୁ କିଭଳି ବଞ୍ଚିବ । ଏମିତିରେ ନାଗପୁରରେ କୋଉ ଜୋଡିକୁ ଓପନିଙ୍ଗ୍‌ରେ ଦେଖିବାକୁ ମିଳିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଯଦି ଆମେ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରିବା ତେବେ ଟିମ୍ ଇଣ୍ଡିଆ ସହ ରୋହିତ ଶର୍ମା ଓ ଶୁବମନ୍ ଗିଲଙ୍କୁ ଓପନିଙ୍ଗ୍‌ରେ ଦେଖାଦେବେ ବୋଲି ଅନୁମାନ କରାଯାଉଛି।

କାହିଁନା ଉତ୍ତରରାଷ୍ଟ୍ରିୟ କ୍ରିକେଟରେ କେ.ଏଲ ରାହୁଲ ଙ୍କ ବିଗତ ୧୦ ମ୍ୟାଚ୍‌କୁ ଦେଖିବା ତ ୧୨ ଇନିଂସରେ ତାଙ୍କ ବ୍ୟାଟିଂଦ୍ୱରା ହାରାହାରି ୨୮.୯୦ ରେ ୩୧୮ ରନ୍ ସଂଗ୍ରହ କରିପାରିଛନ୍ତି । ଏହା ସହ ସେ ୩ ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି । ଅନ୍ୟପଟେ ଗିଲ୍ ଏଭଳି ରେକର୍ଡରେ ରାହୁଲଙ୍କୁ ପଛରେ ପକାଇଦେଇଛନ୍ତି । ସେ ଚଳିତ ବର୍ଷ ୧୨ଟି ଅନ୍ତର୍ଜାତୀୟ ଇନିଂସରେ ସର୍ବାଧିକ ୭୬୯ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ଡବଲ ଶତକ ସହ ୪ ଶତକ ଏବଂ ଗୋଟିଏ ଅର୍ଦ୍ଧ ଶତକ ମଧ୍ୟ ହାସଲ କରିସାରିଛନ୍ତି । ଏନେଇ ଇଣ୍ଡିଆ ଟିମ୍‌ର କ୍ୟାପଟେନ୍ ଦୁହିଁଙ୍କୁ ନେଇ ଦ୍ୱନ୍ଦରେ ଥିବା ଜଣାପଡିଛି । ୨୦୨୩ର ଆରମ୍ଭରେ ହିଁ ଗିଲ୍ ନିଜର ଦମଦାର ଆରମ୍ଭ କରିଛନ୍ତି । ଯାହଦ୍ୱରା ସେ କନିଷ୍ଠ ଖେଳାଳି ଭାବେ ଇତିହାସ ରଚିବାରେ ସଫଳ ମଦ୍ୟ ହୋଇଛନ୍ତି ।

ଅଷ୍ଟ୍ରେଲିୟା ବିପକ୍ଷରେ ପ୍ରଥମ ୨ଟି ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଭାରତ ଟିମ୍ –
ରୋହିତ ଶର୍ମା (କ୍ୟାପଟେନ),କେଏଲ ରାହୁଲ,ଶୁଭମନ ଗିଲ୍ , ପୁଜାରା,ବିରାଟ କୋହଲି,ଶ୍ରେୟସ୍ ଅୟର,କେଏସ୍ ଭରତ,ଇଶାନ କିଶନ,ଆର.ଅଶ୍ୱିନ,ଅକ୍ଷର ପଟଲେ,କୁଲଦ୍ୱୀପ ୟାଦବ,ରବିନ୍ଦ୍ର ଜାଡେଜା,ମୋ.ଶାମୀ,ମୋ.ସିରାଜ୍ ,ଉମେଶ ୟାଦବ୍ ,ଜୟଦେବ ଉନାଦକଟ,ସୂର୍ଯ୍ୟକୁମାର ୟାଦବ
ଅଷ୍ଟ୍ରେଲିୟା ଟେଷ୍ଟ ଟିମ୍ –
ପେଟ୍ କମ୍‌ିଂସ (କ୍ୟାପଟେନ୍‌),ଏଷ୍ଟନ ଏଗର,ସ୍କଟ ବୋଲେଣ୍ଡ, ଏଲେକ୍ସ କେରୀ, କେମରୁନ୍ ଗ୍ରୀନ୍ ,ପୀଟର,ହେଣ୍ଡସକମ୍ବ,ଜୋଶ ହେଜଲବୁଡ୍‌,ଟ୍ରିବିସ ହେଡ , ଉସ୍ମାନ ଖ୍ୟାଜା,ମାର୍ନସ ଲାବୁଶେନ,ନାଥନ ଲିୟୋନ,ଲାନ୍ସ ମୌରିସ,ଟୋଡ ମର୍ଫି,ମେଥ୍ୟୁ ରେନଶା,ଷ୍ଟିବ୍ ସ୍ମିଥ୍ ,ମିଶେଲ ଷ୍ଟୋର୍କ,ମିଶେଲ ସ୍ୱେପସନ , ଡେବିଡ ୱର୍ନର ।

ପ୍ରଥମ ଟେଷ୍ଟ – ୯ରୁ ୧୩ ଫ୍ରେବୃଆରୀ , ନାଗପୁର
୨ୟ ଟେଷ୍ଟ- ୧୭ ରୁ ୨୧ ଫ୍ରେବୃଆରୀ , ଦିଲ୍ଲୀ
୩ୟ ଟେଷ୍ଟ-୧ ରୁ ୫ ମାର୍ଚ୍ଚ , ଧର୍ମଶାଲା
୪ର୍ଥ ଟେଷ୍ଟ -୯ ରୁ ୧୩ ମାର୍ଚ୍ଚ .ଅହମ୍ମଦାବାଦ୍‌

Leave a Reply

Your email address will not be published. Required fields are marked *