Pratidin TV

Odisha's Digital News Platform

Ind vs Aus 3rd ODI : ହାରିଲା ଭାରତ , ସିରିଜ୍ କବ୍‌ଜା କଲା ଅଷ୍ଟ୍ରେଲିଆ ..

1 min read

ଚେନ୍ନାଇ : ଇଣ୍ଡିଆ -ଅଷ୍ଟ୍ରେଲିଆ ଶେଷ/ତୃତୀୟ ଦିନିକିଆରେ ବାଜି ମାରିଲା ଅଷ୍ଟ୍ରେଲିଆ । ଏହି ସିରିଜ୍‌ରେ ଭାରତ ଅଷ୍ଟ୍ରେଲିଆଟାରୁ ୨-୧ରେ ହାରିଛି । ଅଷ୍ଟ୍ରେଲିଆର ୨୬୯ ରନ୍‌ରେ ସମସ୍ତ ଓି୍ୱକେଟ୍ ହରାଇଥିଲା । ଏଥି ସହ ଅଷ୍ଟ୍ରେଲିଆ ମଧ୍ୟ ଚେନ୍ନାଇରେ ୬ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରି ଆଧିପତ୍ୟ ବଜାୟ ରଖିଲା । ଅନ୍ୟପକ୍ଷରେ ଭାରତ ଘରୋଇ ମାଟିରେ ପରାଜୟ ଭୋଗିଲା ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୨୬୯ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୪୯.୧ ଓଭରରେ ୨୬୯ ରନ ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ରନ କରିଥିଲେ । ଏହି ପରାଜୟ ସହ ଭାରତ ସିରିଜ ହାରିଛି ।ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦଳ ତାର ପ୍ରାୟ ଦେଢ ମାସବ୍ୟାପୀ ଭାରତ ଗସ୍ତ ଶେଷ କରିଛି ।

Leave a Reply

Your email address will not be published. Required fields are marked *