Pratidin TV

Odisha's Digital News Platform

୨୦୨୩ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ, ଶେଷ ବି କରିବ କଙ୍ଗାରୁ ଟିମ ସହ..

1 min read

ଶେଷ ହେବାକୁ ଯାଉଛି ବିଶ୍ୱକପ ୨୦୨୩ । ଆଉ ମାତ୍ର ହାତରେ ରହିଲା ୨ଦିନ । ଦେଢ ମାସର କସରତ ପରେ ଫାଇନାଲରେ ପ୍ରବେଶ କରି ସାରିଛି ୨ଟି ଦଳ । ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ଅର୍ଥାତ ନଭେମ୍ବର ୧୯ ହେବ ମହାମୁକାବିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ।

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ଶେଷ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଚଳିତ ବିଶ୍ୱକପ ଲିଗ ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ସାମ୍ନା କରିଥିଲା । ଆଉ ୬ ୱିକେଟରେ କଙ୍ଗାରୁ ଟିମକୁ ପାଣି ପିଆଇ ଦେଇଥିଲା ରୋହିତ ବାହିନୀ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ପୂର୍ବରୁ ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ରୋହିତ ବାହିନୀଙ୍କ ପାଖରେ ପ୍ରତିଶୋଧ ନେବାର ସୁଯୋଗ ରହିଛି ।୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ ।

Advertisement

ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଭାରତକୁ ଦେଇଥିଲା ୩୬୦ ରନରେ ବିଜୟ ଲକ୍ଷ୍ୟ । ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା । ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ଼ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ । ହେଲେ ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି ।

ଏପର୍ଯ୍ୟନ୍ତ ବିଶ୍ୱକପେରେ ଅପରାଜୟ ରହିଛି ରୋହିତ ବାହିନୀ । ତେଣୁ ୨୦୦୩ର ପ୍ରତିଶୋଧ ୨୦୨୩ରେ ନେବାକୁ ଚେଷ୍ଟା କରିବ ଭାରତ । ୨୦୦୩ରେ ବିଶ୍ୱକପ୍ରେ ଉପଅଧିନାୟକ ଥିବା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍ । ଟିମ୍ର ଭଲ ପ୍ରଦର୍ଶନ ପଛରେ ଦ୍ରାବିଡଙ୍କର ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭାରତ ବିଶ୍ୱକପ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ । ରବିବାର ମୁକାବିଲା ଲାଗି ଭାରତୀୟ ଟିମ ପୁରା ପ୍ରସ୍ତୁତ ରହିଛି । ମ୍ୟାଚ ଲାଗି ଗତକାଲି ଭାରତୀୟ ଦଳ ଅହମ୍ମଦାବାଦରେ ପହଞ୍ଚିସାରିଛି ।

Leave a Reply

Your email address will not be published. Required fields are marked *