Pratidin TV

Odisha's Digital News Platform

ବିଶ୍ୱକପରେ ଭାରତ ଆରମ୍ଭ କରିବାକୁ ଯାଉଛି ଅଭିଯାନ, ଚେନ୍ନାଇରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ..

1 min read

ବିଶ୍ୱକପରେ ନିଜ ଅଭିଯାନ ଆରମ୍ଭକରିବା ଯାଉଛି ଭାରତ । ସାରା ଭାରତବାସୀଙ୍କ ଆଶା ଓ ବିଶ୍ୱାସର ସହ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଆଜିର ପ୍ରଥମ ମ୍ୟାଚରେ ଭାରତ ସହ ମୁହାଁମୁହିଁ ହେବ ଅଷ୍ଟ୍ରେଲିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମ ହେବ କଡା ଟକ୍କର । ଶୁବମନଙ୍କୁ ଡେଙ୍ଗୁ ହେବା କାରଣରୁ ଈଶାନ କିସାନଙ୍କୁ ଓପନିଂ ପାଇ ମିଳିବ ସୁଯୋଗ । ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭହୋଇ ସାରିଛି । ତେବେ ୨ଟି ମ୍ୟାଚ ସରିଥିବା ବେଳେ ଆଜି ଖେଳିବ ଭାରତ । ଆଉ ମାତ୍ର ଅଳ୍ପ ସମୟ ହାତରେ ରହିଛି । ୨ଥର ବିଶ୍ୱକପ ହାସଲ କରିଥିବା ଭାରତ ୫ମ ଥର ଚାମ୍ପିଆନ ହୋଇଥିବା କଙ୍ଗାରୁ ଟିମ ସହ ମୁକାବିଲା କରିବ । ଏସିଆ କପରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ପିକଟରୁ ଆଜି ଏକ ସଫଳ ଇନିଂସ ଆଶା କରାଯାଉଛି । ୩ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ଭାରତ । ବିଳମ୍ବରେ ଟିମରେ ସାମିଲ ପାଇଥିବା ରବିରନ୍ଦ୍ରନ ଅଶ୍ୱିନୀଙ୍କୁ ମଳିପାରେ ସୁଯୋଗ । ତେବେ କ୍ରିକେଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।

Advertisement

Leave a Reply

Your email address will not be published. Required fields are marked *