Pratidin TV

Odisha's Digital News Platform

ଅନ୍ତିମ ଦିନିକିଆରେ କ୍ଲିନ ସୁଇପ ଲକ୍ଷ୍ୟରେ ରୋହିତୀ ବାହିନୀ

1 min read

ରାଜକୋଟ : ବିଶ୍ୱକପ ପୂର୍ବରୁ ଆଜି ଭାରତ-ଅଷ୍ଟ୍ରେଲିଆ ଖେଳିବ ଶେଷ ଦିନିକିଆ ମ୍ୟାଚ । ବିଶ୍ୱକପକୁ ଆଉ ମାତ୍ର ହାତ ଗଣତି ଦିନ ରହିଛି । ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳିବ ଭାରତ । କ୍ଲିନ ସୁଇପ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଆଜି ଅପରାହ୍ନ ସାଢେ ୧ଟାରେ ରାଜକୋଟରେ ଖେଳାଯିବ ୩ୟ ମ୍ୟାଚ । ସେପଟେ ନିଜ ସମ୍ମାନ ପାଇଁ ଆଜି ଜୋରଦାର ଲଢେଇ କରିବ କଙ୍ଗାରୁ ଦଳ । ଚଳିତ ମ୍ୟାଚର ଦାୟିତ୍ୱ ନେବେ ରୋହିତ ଶର୍ମା । ୨ଟି ମ୍ୟାଚରେ ବିଶ୍ରାମରେ ଥିବା ବିରାଟ ଏବଂ ରୋହିତ ଆଜି ମୈଦାନକୁ ଓହ୍ଲାଇବେ ।ପୂର୍ବ ୨ଟି ମ୍ୟାଚର ଦାୟିତ୍ୱ ନେଇ କେଏଲ ରାହୁଲ ବାଜି ମାରିଥିବା ବେଳେ ଆଜି ୩ୟ ଉପରେ ସମସ୍ତଙ୍କ ନଜର ।

ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ଆଜିର ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ନାହିଁ ।

Advertisement

Leave a Reply

Your email address will not be published. Required fields are marked *