Pratidin TV

Odisha's Digital News Platform

ଧର୍ମଶାଳାରେ ମୁହାଁମୁହିଁ ହେବେ ଭାରତ- ନ୍ୟୁଜିଲାଣ୍ଡ, କିଏ ହେବ ୧ନଂ ?

1 min read

ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଆଜି ବିଶ୍ୱକପ ୨୦୨୩ର ସବୁଠାରୁ ବଡ ମ୍ୟାଚ । ରବିବାର ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । କହିବା ଭୁଲ୍ ହେବ ନାହିଁ । କାରଣ ଏହି ମ୍ୟାଚ୍ ଟୁର୍ନାମେଣ୍ଟର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଅଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ହେବ ମୁକାବିଲା । ବିଶ୍ୱକପ୍ ଆରମ୍ଭ ହେବା ଦିନରୁ ଭାରତ ଓ ନ୍ୟୁଜିଲାଣ୍ଡ ଖେଳି ଆସୁଛନ୍ତି । ୨୦୨୩ ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ଏପର୍ଯ୍ୟନ୍ତ ଅବିସ୍ମରଣୀୟ ରହିଛି । ଏହା ହେଉଛି ଉଭୟ ଦଳର ୫ମ ମ୍ୟାଚ । ଏହା ପୂର୍ବରୁ ଖେଳାଯାଇଥିବା ୪-୪ ମ୍ୟାଚ୍ ଜିତିଛନ୍ତି ଏବଂ ସେମାନଙ୍କ ଆକାଉଣ୍ଟରେ ୮ ପଏଣ୍ଟମଧ୍ୟ ଅଛି । ପଏଣ୍ଟ ଟେବୁଲର ଏହି ଦୁଇଟି ଶ୍ରେଷ୍ଠ ଦଳ, ଯେଉଁଠାରେ ଉନ୍ନତ ରନ୍ ହାର ଆଧାରରେ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ଏହି ୨ଦଳ ।

ବିଗତ ୧୨ତମ ସଂସ୍କରଣରେ ଏହି ଦୁଇ ଦେଶ ୯ ଥର ମୁହାଁମୁହିଁ ହୋଇ ସାରିଛନ୍ତି । ସେଥିରୁ ଭାରତ ମାତ୍ର ୩ ଥର ଜିତିଥିବା ବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି ନେଇଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା । କହିବାକୁ ଗଲେ ନ୍ୟୁଜିଲାଣ୍ଡର ପଲା ଭାରି ରହିଛି । ଶେଷ ଥର ପାଇଁ ୨୦୧୯ ବିଶ୍ୱକପ୍ ସେମିଫାଇନାଲେ ଭାରତକୁ ନ୍ୟୁଜିଲାଣ୍ଡ୍ ହିଁ ବିଦା କରିଥିଲା । ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତକୁ ହରାଇବାରେ ନ୍ୟୁଜିଲାଣ୍ଡ୍ ମାହିର ରହିଛି । ୨୦୦୦ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏବଂ ୨୦୨୧ ଆଇସିସି ଟେଷ୍ଟ୍ ଚାମ୍ପିଅନ ସିପ୍ ଫାଇନାଲରେ ମଧ୍ୟ ଭାରତକୁ କିୱି ଦଳ ପରାସ୍ତ କରିଥିଲା । ଏପରିକି ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପରେ ଭାରତ ଏ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡଠାରୁ ମ୍ୟାଚ ଗୋଟେ ମଧ୍ୟ ଜିତି ପାରିନାହିଁ । ନ୍ୟୁଜିଲାଣ୍ଡ୍ ୩-୦ରେ ୨୦୦୭, ୨୦୧୬, ୨୦୨୨ ଆଗୁଆ ହୋଇ ଅପରାଜିତ ରହିଛି । ଚଳିତ ବିଶ୍ୱକପରେ ଏଯାଏଁ ଉଭୟ ଦଳ ଅପରାଜିତ ରହିଛନ୍ତି । ଏଯାଏଁ କେହି ବି ଗୋଟିଏ ବି ମ୍ୟାଚ ହାରିନାହାନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆଜିର ମ୍ୟାଚ ବେଶ ଦମଦାର ହେବାକୁ ଯାଉଛି ।

Advertisement

Leave a Reply

Your email address will not be published. Required fields are marked *