Pratidin TV

Odisha's Digital News Platform

ଇଣ୍ଡିଆ ନ୍ୟୁଜ୍‌ଲାଣ୍ଡ ପ୍ରଥମ ଦିନିକିଆ : ପଡିଆରେ ଧୁଆଁ ଉଡାଇଲେ ଗିଲ୍ , କଲେ ନିଆରା ରେକର୍ଡ ..

1 min read

ଭୁବନେଶ୍ୱର : ହାଇଦ୍ରାବାଦ୍ ପଡିଆରେ ଧୂଆଂ ଉଡାଇଲେ ଶୁବମନ୍ ଗିଲ୍ । କଲେ ଧୁଆଁ ଧାର ବ୍ୟାଟିଂ । ଆଜି ନ୍ୟୁଜ୍‌ଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଣ୍ଡିଆ । ଓପନର ରୋହିତ ଶର୍ମା ଏବଂ ଶୁବମନ୍ ଗିଲ୍ ମ୍ୟାଚ୍ ଆରମ୍ଭରୁ ବେଶ୍ ସର୍ତକତାର ସହ ବଣ୍ଟିଂ କରିଥିଲେ ।

ଦଳୀୟ ସ୍କୋର ୬୦ ହୋଇଥିବା ବେଳେ ରୋହିତ ଆଉଟ ହୋଇ ଯାଇ ଥିଲେ । ଏହାପରେ ବିରାଟ ଓ କିଷାନଙ୍କ ସହଳ ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ତେବେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ରନ୍ ସ୍କୋର ଲକ୍ଷ୍ୟରେ ମାତ୍ର ୩୧ ରନରେ ନିଜର ୱିକେଟ ହରାଇଥିଲେ । କିନ୍ତୁ ଧର୍ଯ୍ୟ ନହରାଇ ଗିଲ୍ ଲଗାତାର ଛକ୍କା ମାରିଥିଲେ । ସେ ୧୯ ଚୌକା ସହ ୯ ଟି ଛକ୍କା ମାରିଥିଲେ । ଗିଲ୍ ୧୪୫ଟି ବଲ୍‌ରେ ଦି -ଶତକ ପୂରଣ କରିଛନ୍ତି । ଦ୍ୱିତୀୟ ଶତକ କରିଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ୫ ମ ଖେଳାଳୀ ଭାବେ ଗିଲ୍ ରେକର୍ଡ ତିଆରି କରିପାରିଛନ୍ତି । ଗିଲ୍ ବିଶ୍ୱର ସର୍ବକନିଷ୍ଠ ଖେଲାଳୀ ଭାବେ ଦ୍ୱିଶତକ ପୂରଣ କରିବା ଭାରତ ପାଇଁ ଗର୍ବ ଓ ଗୌରବର କଥା ।

Advertisement

ତେବେ ଗିଲ୍‌ଙ୍କ ଧୁଆଂଧାର ବ୍ୟାଟିଂ ଯୋଗୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଛି। ଫଳରେ ପ୍ରଥମ ଦିନିକିଆକୁ ଜିତିବା ପାଇଁ ନ୍ୟୁଜ୍‌ଲାଣ୍ଡ କୁ ୩୫୦ ରନର ଟାର୍ଗେଟ ମିଳିଛି। ତେବେ ଗିଲ୍ ୧୪୮ ବଲ୍‌ରେ ୨୦୮ ରନ୍ କରି ଆଉଟ୍ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *