Pratidin TV

Odisha's Digital News Platform

ind vs pak Asia cup 2023 ; ରିଜର୍ଭ ଡେ’ରେ ବର୍ଷା ସାଜିଲା ଭିଲେନ୍

1 min read

ନୂଆଦିଲ୍ଲୀ : ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ଭିଲେନ୍ ସାଜିଛି ବର୍ଷା । ରବିବାର ଆରମ୍ଭ ହୋଇଥିବା ଏହି ଉତ୍ସାହକ ମ୍ୟାଚ୍‌ର ୱାଟ୍ ଲାଗାଇଛି ରେନ୍ । ତେବେ କଲୋମ୍ବୋରେ ଦେଖାଦେଇଥିବା କଳାବାଦଲ ଉଭୟ ଖେଳାଳି ଓ ଦର୍ଶକମାନଙ୍କୁ ହତାଶ୍ କରିଛି । ଆଜି ରିଜର୍ଭ ଡେରେ ଦିନ ୩ ଟାରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍ ବର୍ଷା କାରଣରୁ ବିଳମ୍ବ ହୋଇଛି । ବର୍ଷା ଯୋଗୁଁ ଆଉଟ ଫିଲ୍ଡ ଓଦା ରହିଥିବାରୁ ତାହାକୁ ଶୁଖାଉଛନ୍ତି ଫିଲ୍ଡ ଷ୍ଟାଫ । ସେପଟେ ଫିଲ୍ଡର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଓମ୍ପାୟାର।

କାଲି ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ୨୪ ଦଶମିକ ୧ ଓଭରରେ ୨ ୱିକେଟ ହରାଇ ଭାରତ ୧୪୭ ରନ କରିଥିବା ବେଳେ କଲମ୍ବୋ ପ୍ରବଳ ବର୍ଷା ହେବାରୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ଉଭୟ ଦଳକୁ ୫୦ ଓଭର ଖେଳ ଖେଳିବେ ବୋଲି ନିଷ୍ପତ୍ତି କରାଯାଇଛି ।

ଗତକାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୫୬ ରନ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ଅରାପଜିତ ରହିଛନ୍ତି । ତେବେ ଆଜିର ମୟାଚ୍ କୋହିଲି ଏବଂ ରାହୁଲଙ୍କ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ବର୍ଷା ଏହାକୁ ବିଳମ୍ବ କରାଇଛି ।

Leave a Reply

Your email address will not be published. Required fields are marked *