Pratidin TV

Odisha's Digital News Platform

india vs pakistan ; କଲୋମ୍ବୋ ଆକାଶରେ କଳାବାଦଲ , ବର୍ଷା ହେଲେ କଣ ହେବ ମ୍ୟାଚ୍ ରେଜଲ୍ଟ ?

1 min read

ନୂଆଦିଲ୍ଲୀ : ଗତକାଲି ଏସିଆ କପ୍ ୨୦୨୩ ରେ ଭାରତ ଙ୍ଖଗ୍ଦ ପାକିସ୍ତାନ ମ୍ୟାଚ୍‌ରେ ବାଧକ ସାଜିଥିଲା ବର୍ଷା । କିନ୍ତୁ ଏହା ପୂର୍ବରୁ ଶୁବମନ୍ ଓ ରୋହିତଙ୍କ କୀର୍ତ୍ତିମାନ ବ୍ୟାଟିଂ ଦର୍ଶକଙ୍କ ହୋସ୍ ଉଡାଇଦେଇଥିଲା । କାଲି ଟସ୍ ହାରି ପ୍ରଥମେ ଭ୍ୟାଟି କରିଥିଲା ଭାରତ । କିନ୍ତୁ ଓପନରଙ୍କର ଚତ୍ମକାର ବ୍ୟାଟି ଂ କ୍ରୀଡା ପ୍ରେମୀଙ୍କ ମନରେ ଏକ ଉତ୍ସାହ ଭରିଦେଇଥିଲା । ଯାହା ଫଳରେ ପଡିଆରେ ଟିମ୍ ଇଣ୍ଡିଆର ଜୟଗାନ ଆରମ୍ଭ ହୋଇଯାଇଥିଲା । ୨୪ ଦଶମିକ ୧ ଓଭରରେ ୨ ୱିକେଟ ହରାଇ ଭାରତ ୧୪୭ ରନ କରିଥିବା ବେଳେ କଲମ୍ବୋ ପ୍ରବଳ ବର୍ଷା ହେବାରୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ଉଭୟ ଦଳକୁ ୫୦ ଓଭର ଖେଳ ଖେଳିବେ । କାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୫୬ ରନ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ଅରାପଜିତ ରହିଛନ୍ତି । ଆଜି ଦୁଇ ୱିକେଟ ବିନିମୟରେ ୧୪୭ ରନରୁ ଖେଳ ଆରମ୍ଭ କରିବ ଭାରତ ।
କିନ୍ତୁ ଆଜି ରିଜର୍ଭ ଡେ ରେ ମ୍ୟାଚ୍ ପୂର୍ବରୁ କଲୋମ୍ବୋ ଆକାଶରେ ଦେଖାଦେଇଛି କଳାବାଦଲ । ଯାହାକୁ ନେଇ ଉଭୟ ଦର୍ଶକ ଓ ଟିମ୍ ମେମ୍ବରଙ୍କ ମନରେ ଛନକା ଦେଖାଦେଇଛି ।

ଯଦି ଆଜିବି କଲୋମ୍ବୋରେ ଗତକାଲି ଭଳି ବର୍ଷା ବାଧକ ସାଜେ ତେବେ ଏହି ମ୍ୟାଚ୍ ର ଫଳାଫଳ କଣ ହେବ ?
ଯଦି ଆଜି ବର୍ଷା ହୁଏ ତେବେ ରିଜର୍ଭ ଡେ ମ୍ୟାଚ୍ ଆଉ ଖେଳାଯିବ ନାହିଁ ବରଂ ମ୍ୟାଚ୍ ବାତିଲ ହୋଇଯିବ। ଏଭଳି ପରିସ୍ଥିତିରେ ଉଭୟ ଦଳ ପ୍ରତ୍ୟେକଙ୍କୁ ଗୋଟିଏ ପଏଣ୍ଟ ପାଇବେ।ଅନ୍ୟପଟେ ଇକ୍ୟୁଏଡର୍ ପାଣିପାଗ ଅନୁଯାୟୀ ସୋମବାର କଲମ୍ବୋରେ ବର୍ଷା ହେବାର ସମ୍ଭାବନା ୯୯ ପ୍ରତିଶତ ରହିଛି ।

ନିୟମ ଅନୁଯାୟୀ, ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ମ୍ୟାଚର ଫଳାଫଳ ପାମ୍ୟାଚ୍ ବାତିଲ ହୋଇଯିବ। ଏଭଳି ପରିସ୍ଥିତିରେ ଉଭୟ ଦଳ ପ୍ରତ୍ୟେକଙ୍କୁ ଗୋଟିଏ ପଏଣ୍ଟ ପାଇବେ। ଇବାକୁ ହେଲେ ଉଭୟ ଇନିଂସରେ ଅତି କମରେ ୨୦-୨୦ ଓଭର ଖେଳିବା ଆବଶ୍ୟକ। ଅର୍ଥାତ୍ ଯଦି ରିଜର୍ଭ ଦିନରେ ବର୍ଷା ହୁଏ ତେବେ ପାକିସ୍ତାନ ମ୍ୟାଚର ଫଳାଫଳ ପାଇବା ପାଇଁ ଅତି କମରେ ୨୦ ଓଭର ବୋଲିଂ କରିବାକୁ ଚେଷ୍ଟା କରିବ। ଏହା ପରେ ହିଁ ଡକୱର୍ଥ-ଲୁଇସ୍ ନିୟମରୁ ଫଳାଫଳ ମିଳିପାରିବ । ଯଦି ପାକିସ୍ତାନ ଦଳ ୨୦ ଓଭର ଖେଳିବାକୁ ସକ୍ଷମ ନୁହଁନ୍ତି ତେବେ ମ୍ୟାଚ ବାତିଲ ବୋଲି ଧରାଯିବ।

ଏହି ମ୍ୟାଚରେ ଭାରତ-ପାକିସ୍ତାନର ୧୧- ଖେଳାଳି
ଭାରତୀୟ ଟିମ୍ –ରୋହିତ ଶର୍ମା(ଅଧିନାୟକ),ଶୁଭମନ୍ ଗିଲ୍ ,ବିରାଟ୍ କୋହଲି,କେଏଲ ରାହୁଲ,ଇଶାନ କିଶନ (ଓି୍ୱକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା,ରବିନ୍ଦ୍ର ଜାଡେଜା , ଶାର୍ଦୁଲ ଠାକୁର ,କୁଲଦୀପ ୟାଦବ , ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ୍ ।
ପାକିସ୍ତାନ ଟିମ୍ -ଫଖର ଜମାଁ,ଇମାମ-ଉଲ୍‌-ହକ୍‌,ବାବର ଆଜମ୍ (ଅଧିନାୟକ) ,ମୋହମ୍ନଦ ରିଜବାନ(ଓି୍ୱକେଟକିପର),ଆଗା ସଲମାନ,ଇପ୍ତିଖାର ଅହମ୍ମଦ,ଶାଦାବ ଖାନ,ଫହିମ ଅସରଫ୍‌, ଶାହୀନ ଆଫରୀଦୀ ,ନସୀମ ଶାହଏବଂ ହାରିସ ରଉଫ୍ ।

Leave a Reply

Your email address will not be published. Required fields are marked *