Pratidin TV

Odisha's Digital News Platform

ଭାରତ-ପାକିସ୍ତାନ ୱାଲର୍ଡ କପ୍ କ୍ରେଜ୍ ; ମାତ୍ର ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ୬୦ ଲକ୍ଷ ଚାର୍ଜ ….

1 min read

ଅହମ୍ମଦାବାଦ୍ ; ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ କଡା ଟକ୍କର । ଭାରତ-ପାକିସ୍ତାନର ଐତିହାସିକ ମ୍ୟାଚ୍ ଦେଖିବ ପୁରା ବିଶ୍ୱ । ଏବେ ସବୁଠି ଭାରତ-ପାକ୍ ମ୍ୟାଚ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ମ୍ୟାଚ୍‌ର ଏକ ବିଜ୍ଞାପନକୁ ନେଇ ସବୁଠି ହଇଚଇ । ଯେତେବେଳେ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଥିବା ବେଳେ ଅନ୍ୟପଟେ ବିଜ୍ଞାପନଦାତା ମଧ୍ୟ ସେତିକି ଉତ୍ସାହିତ ଅଛନ୍ତି । ଏହି ରୋମାଞ୍ଚଭରା ମ୍ୟାଚ୍‌ରେ ବିଜ୍ଞାପନ ଦର ଆକାଶ ଛୁଆଁ । ଆଜ୍ଞା ହଁ ମାତ୍ର ୧୦ ସେକେଣ୍ଡର ଆଡ୍ ପାଇଁ ୬୦ ଲକ୍ଷଟଙ୍କା ।

୨୦୧୯ ତୁଳନାରେ ଏଥର ବିଶ୍ୱକପ୍‌ରେ ବିଜ୍ଞାପନ ଦାମ୍ ୪୦ ପ୍ରତିଶତ ବୃଦ୍ଧି ପାଇଥିବା କହିଛନ୍ତି ଡଏଲଏଟର ପାର୍ଟନର ଜେହିଲ ଠକର । ଯେଉଁମାନେ ବିଶ୍ୱକପ୍ ମ୍ୟାଚ୍‌ରେ ଆଗୁଆ ବୁକିଂ କରିଛନ୍ତି ସେମାନଙ୍କୁ ୪୦ ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଯେଉଁମାନେ ଶେଷ ମୁହୁର୍ତ୍ତରେ ବିଜ୍ଞାପନ ଦେବାକୁ ଚାହୁଁଥିଲେ , ସେମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ଦାବି ହୋଇଛି । ଯେଉଁଠି ୨୦୧୯ ବିଶ୍ୱକପ୍ ବିଜ୍ଞାପନରୁ ୧୩୫୦ କୋଟି ଇନକମ୍ ହୋଇଥିଲା ସେଠି ଚଳିତ ବର୍ଷ ବିଶ୍ୱକପ୍‌ରେ ୨୫୦୦-୩୦୦୦ କୋଟି ଟଙ୍କାର ବିଜ୍ଞାପନ ଆୟ ହେବ ବୋଲି ଆକାଳନ କରାଯାଇଛି ।

Advertisement

ଚଳିତ ବର୍ଷ ବିଜ୍ଞାପନକୁ ନେଇ ବିଜ୍ଞାପନଦାତା ମାନେ ଉତ୍ସାହିତ ରହିବାର ୨ଟି ପ୍ରମୁଖ କାରଣ ରହିଛି । ପ୍ରଥମଟି ହେଉଛି ଭାରତ ଏଥରର ବିଶ୍ୱକପ୍ ଆୟୋଜନ କରୁଛି । ଏବଂ ବହୁ ବର୍ଷ ପରେ ପୂଜା ଋତୁ ସମୟରେ ବିଶ୍ୱକପ୍ ଖେଳାଯାଉଛି । କମ୍ପାନୀଗୁଡିକର ମାର୍କେଟି ବଢାଇବାରେ ଏହା ଏକ ବଡ ମୌକା କହିଲେ ଚଳେ । ଦଶହରାରେ କୌଣ ଅନୁକୋଣରୁ ଗ୍ରାହକ ମାନଙ୍କୁ ନିକଟରେ ପହଞ୍ଚିବା ପାଇଁ ଭାରତ ପାକ୍ ମ୍ୟାଚ୍ ଏକ ବଡ ମାଧ୍ୟମ ।

Leave a Reply

Your email address will not be published. Required fields are marked *