Pratidin TV

Odisha's Digital News Platform

ଦିନିକିଆ ପାଇଁ ଆଜି ମୁହାଁମୁହିଁ ହେବ ଭାରତ-ଦକ୍ଷିଣ ଆଫ୍ରିକା, ବର୍ଷା ବିଗାଡି ଦେବ କି ପ୍ରଥମ ମ୍ୟାଚ?

1 min read

ଟି-୨୦ ପରେ ଆଜିଠୁ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ । ତେବେ ଭାରତୀୟ ସମୟ ଦିନ ୧ଟା ୩୦ ମିନିଟ ରହିଛି । ତେବେ ଏହି ଦିନିକିଆର ଦାୟିତ୍ୱ ନେଇଛନ୍ତି କେଏଲ ରାହୁଲ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆର ପାଇଁ ପଡିଆକୁ ଓହ୍ଲାଇବେ ନାହିଁ । ପୂର୍ବରୁ ଯୁବ ଖେଳାଳି ମାନେ ଟି-୨୦ ସିରିଜରେ ନିଜ ଯାଦୁ ଦେଖାଇ ସାରିଛନ୍ତି । ଦକ୍ଷିଣ ଆଫ୍ରିକା ମଧ୍ୟ ଘରୋଇ ପରିବେଶରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି । ବିଶ୍ୱକପ ଫାଇନାଲ ପରାଜୟ ପରେ ଭାରତୀୟ ଦଳ ପ୍ରଥମ କରି ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି । ଦୁଇ ଷ୍ଟାର ବ୍ୟାଟରସଙ୍କ ସମେତ ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ଶୁଭମନ ଗିଲ୍ ପ୍ରମୁଖ ଏହି ସିରିଜରୁ ଦୂରେଇ ରହିଛନ୍ତି । ତେବେ ମ୍ୟାଚର ଦିନକ ପୂର୍ବରୁ ଚହର ଏବଂ ସାମି ମଧ୍ୟ ଦଳରୁ ଓହରି ଯାଇଥିବା ବିସିସିଆଇ ଘୋଷଣା କରିଛି । ଦୀପକ ଚହର ବ୍ୟକ୍ତିଗତ କାରଣ ପାଇଁ ସିରିଜ୍‌ରୁ ଓହରିଯାଇଛନ୍ତି । ତାଙ୍କ ସ୍ଥାନରେ ଯୁବ ପେସ୍ ବୋଲର ଆକାଶ ଦୀପଙ୍କୁ ଡାକରା ମିଳିଛି । ସେହିପରି ଦିନିକିଆ ସିରିଜ ପାଇଁ ରାହୁଲ ଦ୍ରାବିଡଙ୍କ ଟିମ୍‌କୁ ମଧ୍ୟ ଦେଖିବାକୁ ମିଳିବ ନାହିଁ । ଦ୍ରାବିଡ୍‌, ବ୍ୟାଟିଂ କୋଚ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମାହାମ୍ବ୍ରେ, ଓ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ୍ ଟେଷ୍ଟ ଦଳକୁ ପ୍ରସ୍ତୁତ କରାଇବାରେ ବ୍ୟସ୍ତ ରହିବେ । ଏମାନଙ୍କ ଅନୁପସ୍ଥିତିରେ ଏ’ ଦଳର କୋଚିଂ ସଦସ୍ୟ ବ୍ୟାଟିଂ କୋଚ୍ ସିତାଂଶୁ କୋଟକ, ବୋଲିଂ କୋଚ୍ ରାଜୀବ ଦତ୍ତା ଓ ଫିଲ୍ଡିଂ କୋଚ୍ ଅଜୟ ରାତ୍ରା ଦିନିକିଆ ଦଳର ଅଭ୍ୟାସ କରାଉଛନ୍ତି ।

ପାଣିପାଗ କିପରି ରହିବ?
ମ୍ୟାଚ ପୂର୍ବରୁ ଏବେ ରହିଛି କେବଳ ଗୋଟିଏ ଦ୍ୱନ୍ଦ । କାରଣ ଟି-୨୦ରେ ବାଧକ ସାଜିଥିଲା ବର୍ଷା । ଆଉ ଆଜି ଦିନିକିଆ ପ୍ରଥମ ମ୍ୟାଚରେ ପାଣିପାଗକୁ ଦେଖିବାକୁ ଗଲେ ପ୍ରଶଂସକମାନେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଦିନରେ ବର୍ଷା ହେବାର ସମ୍ଭାବନା କମ୍ ଅଛି । ଦିନରେ ମେଘୁଆ ଆକାଶ ହେବାର ସମ୍ଭାବନା ଅଛି ଏବଂ ହାଲୁକା ବର୍ଷା ହୋଇପାରେ କିନ୍ତୁ ମ୍ୟାଚ୍ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ମ୍ୟାଚ୍ ଦିନରେ ଜୋହାନ୍ସବର୍ଗର ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ହେବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି କି କାକର ଏହି ମ୍ୟାଚକୁ ପ୍ରଭାବିତ କରିବ କି? ଦକ୍ଷିଣ ଆଫ୍ରିକା ସମୟ ଅନୁଯାୟୀ ଏହି ମ୍ୟାଚ୍ ଦିନରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ସୁଦ୍ଧା ଶେଷ ହେବ, ତେଣୁ ଏହି ମ୍ୟାଚରେ କାକରର କ ଭର ଣସି ପ୍ରଭାବ ପଡ଼ିବନାହିଁ ।

Advertisement


ଭାରତ: କେଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକୱାଡ୍‌, ବି ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପାତିଦର, ରିଙ୍କୁ ସିଂହ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଅଭେଶ ଖାନ, ଅର୍ଶଦୀପ ସିଂହ, ଆକାଶ ଦୀପ ।

ଦକ୍ଷିଣ ଆଫ୍ରିକା: ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜର୍ଜି, ରାସି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ୍ କ୍ଲାସେନ, ଡେଭିଡ୍ ମିଲର, ଆଣ୍ଡିଲ ଫେଲୁକ୍ୱାୟୁ, ୱିଆନ୍ ମୁଲଡର, ନାନ୍ଦ୍ରେ ବର୍ଗର, କେଶବ ମହାରାଜ, ଲିଜାର୍ଡ଼ ୱିଲିୟମ୍ସ ।

Leave a Reply

Your email address will not be published. Required fields are marked *