Pratidin TV

Odisha's Digital News Platform

ନୂଆ ବର୍ଷରୁ ଆରମ୍ଭ ହେଲା ଭାରତର ବିଜୟ ଅଭିଯାନ , ହାରିଲା ଶ୍ରୀଲଙ୍କା ଜିତିଲା ଭାରତ ..

1 min read

ମୁମ୍ବାଇ : ବିଜୟରୁ ଆରମ୍ଭ ନୂଆବର୍ଷ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁମ୍ୱାଇର ୱାଙ୍ଖେଡେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ଶ୍ରୀଲଙ୍କା ଟିମ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଘରୋଇ ଟିମ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଦୀପକ ହୁଡ୍ଡା ଏବଂ ଅକ୍ଷର ପଟେଲ ଟିମ ପାଇଁ ଦମଦାର ବ୍ୟାଟିଂ କରି ଦଳକୁ ଏହି ସ୍ଥିତିରେ ପହଞ୍ଚାଇଥିଲେ ।

ଦଳ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୪୧ ରନ କରି ଅପରାଜିତ ଥିବା ବେଳେ ଅକ୍ଷର ପଟେଲ ୨୦ ବଲ ଖେଳି ୩୧ ରନ କରି ଅପରାଜିତ ଥିଲେ । ଇଶାନ କିଷନ ବ୍ୟକ୍ତିଗତ ଭାବେ ୨୯ ବଲରୁ ୩ଟି ଚୌକା ଏବଂ ୨ଟି ଛକା ସହାୟତାରେ ୩୭ ରନ କରି ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେସ ଥିକସାନା, ୱାନିନ୍ଦୁ ହାସାରଙ୍ଗା, ଦିଲସାନ ମଦୁସଙ୍କା ଏବଂ ଚାମିକା କରୁଣାରନେô ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅକ୍ଷର ପଟେଲ ମ୍ୟାଚର ଶେଷ ବଲ ପକାଇଥିଲେ, ଗୋଟିଏ ବଲରେ ବିଜୟ ପାଇଁ ଶ୍ରୀଲଙ୍କାକୁ ୪ ରନ ଦରକାର ଥିବାବେଳେ ବ୍ୟାଟର ଚମିକା କରୁଣାରନେ କେବଳ ୧ ରନ ହାସଲ କରିପାରି ଥିଲେ । ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଭାରତ ୧-୦ରେ ଆଗକୁ ହୋଇଛି ।

Leave a Reply

Your email address will not be published. Required fields are marked *