Pratidin TV

Odisha's Digital News Platform

ପ୍ୟାରିସ ପାରାଲିମ୍ପିକ୍ସ ଭାରତକୁ ମିଳିଲା ଦୁଇ ପଦକ ..

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଡବଲ ଧମାକା । ପ୍ୟାରିସ ଅଲମ୍ପିକ୍ସ ଗୋଟିଏ ସ୍ବର୍ଣ୍ଣ ଗୋଟିଏ କାଂସ୍ୟ ପଦକ ହାଟେଇଛି ଭାରତ । ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅବାନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅବନୀ ପାରାଲିମ୍ପିକ୍ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସମାନ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ କାଂସ୍ୟ ପଦକ ଜିତିଛନ୍ତି। ଏହି ଦୁଇଟି ପଦକ ସହିତ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ଭାରତର ଖାତା ଖୋଲିଛି।

ଫାଇନାଲରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରିଥିଲେ, ଯାହା ପାରାଲିମ୍ପିକ୍ ରେକର୍ଡ ଅଟେ। ଅନ୍ୟପଟେ ବ୍ରୋଞ୍ଜ ପଦକ ବିଜେତା ମୋନା ୨୨୮.୭ ପଏଣ୍ଟ ହାସଲ କରିଥିଲେ। ଟୋକିଓ ପାରାଲିମ୍ପିକ୍ସ (୨୦୨୦) ରେ ସମାନ ଇଭେଣ୍ଟରେ ଅବନୀ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସରେ ସେ ତାଙ୍କର ଦମଦାର ପ୍ରଦର୍ଶନ ବଳରେ ନିଜର ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *