Pratidin TV

Odisha's Digital News Platform

ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ , ପାକିସ୍ତାନ ସହ ଖେଳିବେ ହାଇଭୋଲଟେଜ ମ୍ୟାଚ ..

1 min read

ଶ୍ରୀଲଙ୍କାରେ ପହଞ୍ଚିଲା ଭାରତୀୟ ମହିଳା ଦଳ । ଭାରତୀୟ ମହିଳା ଦଳ ଏସିଆ କପ୍ ୨୦୨୪ରେ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏନେଇ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏଥର ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯାଉଛି। ଟିମ୍ ଇଣ୍ଡିଆ ଜୁଲାଇ ୧୯ରେ ଏସିଆ କପ୍ ୨୦୨୪ରେ ପ୍ରଥମ ମ୍ୟାଚ ଖେଳିବ । ଟିମ୍ ଇଣ୍ଡିଆ ପ୍ରଥମ ପାରମ୍ପରିକ ପ୍ରତିଦ୍ବନ୍ଦୀ  ପାକିସ୍ତାନ ସହିତ ହେବ।   ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମ୍ୟାଚ ଖେଳିବାକୁ ଯାଉଛି ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଭାରତ ଏବଂ ବାଂଲାଦେଶର ଖେଳାଳିମାନେ ନଜର ଆସିଛନ୍ତି। ଫଟୋରେ କ୍ୟାପଟେନ ହରମାନପ୍ରୀତ କୌର, ଶ୍ରେୟଙ୍କା ପାଟିଲ ଏବଂ ଜେମିମା ରୋଡ୍ରିଗେଜ ବିମାନ ବନ୍ଦର ଛାଡିଥିବାର ନଜର ଆସିଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଦଳ ଏସିଆ କପ୍ ୨୦୨୪ପାଇଁ ଗ୍ରୁପ୍ ଏରେ ସ୍ଥାନିତ ହୋଇଛି। ଗ୍ରୁପ୍-ଏରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ନେପାଳ ଏବଂ ୟୁଏଇକୁ ସ୍ଥାନିତ କରାଯାଇଛି। ଏହା ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ମାଲେସିଆର ଦଳକୁ ଗ୍ରୁପ୍ ବିରେ ସ୍ଥାନିତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୫ ଟି ମ୍ୟାଚ୍ ଖେଳାଯିବ। ଏସିଆ କପ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୮ ଜୁଲାଇରେ ଖେଳାଯିବ।

Leave a Reply

Your email address will not be published. Required fields are marked *