Pratidin TV

Odisha's Digital News Platform

(ଭିଡିଓ)ପ୍ରତିଭା ଆଗରେ ହାର ମାନିଲା ପରିସ୍ଥିତି : ୧୯ ବର୍ଷିୟ ମହିଳା ଷ୍ଟାର କ୍ରିକେଟର ଅର୍ଚ୍ଚନାଙ୍କ ପ୍ରେରଣାଦାୟକ ଜୀବନି..

1 min read

ଉତ୍ତରପ୍ରଦେଶ : ନିଜ ପୁଅ ଓ ସ୍ୱାମୀଙ୍କ ମୃତ୍ୟୁପରେ ଲୋକେ ତାଙ୍କୁ ଡାହାଣୀ ବୋଲି ଡାକୁଥିଲେ । ଏକ ପ୍ରକାର ସାମାଜିକ ବାସନ୍ଦ ର ଜୀବନ ଭିତରେ ବି ସେ ମାନି ନଥିଲେ ହାର । ନିଜ ଝିଅ ଅର୍ଚ୍ଚନାକୁ ସେ ଷ୍ଟାର ବନେଇବାର ସ୍ୱପ୍ନ ଦେଖୁଥିଲେ । ଉତ୍ତରପ୍ରଦେଶ ଊନ୍ନଓ ଜିଲ୍ଲାର ଏହି ସାହସୀ ମା ଝିଅର ସ୍ୱପ୍ନ ପୂରଣ କରିବାକୁ ଅଣ୍ଟା ଭିଡିଥିଲେ ।

ଝିଅ କ୍ରିକେଟର ହେବାକୁ ଚାହୁଁଥିବା ଜାଣି ତାଙ୍କ ମା’ ଦିନ ମଜୁରିଆ ଭାବେ କାମ କରି ଝିଅକୁ ଆଗକୁ ବଢିବାକୁ ଦେଇଥିଲେ ସାହସ । ମା’ ପରିଶ୍ରମ କରୁଥିବା ଦେଖି ନିଜ ସ୍ୱପ୍ନକୁ ନେଇ ଆଗକୁ ବଢ଼ିଥିଲେ ଅର୍ଚ୍ଚନା । ଆଜି ଅର୍ଚ୍ଚନା ପାଲଟିଛନ୍ତି ସଫଳତାର ନିଚ୍ଛକ ନିଦର୍ଶନ ।

ମାଙ୍କ ଏଭଳି ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଝିଅ ଅର୍ଚ୍ଚନା । ଆମେ ଏଠାରେ ଯେଉଁ ଅର୍ଚ୍ଚନାଙ୍କ କଥା କହୁଛୁ ସେ ହେଉଛନ୍ତି ୧୯ ବର୍ଷରୁ କମ୍ ଭାରତୀୟ ମହିଳା କ୍ରିକେଟ ଦଳର ଜଣେ ଜଣାଶୁଣା କ୍ରିକେଟର । ୧୯ ବର୍ଷରୁ କମ୍ ଭାରତୀୟ ମହିଳା କ୍ରିକେଟ ଦଳ ଟି-୨୦ ବିଶ୍ୱକପ ୨୦୨୩ ଜିତି ଇତିହାସର ପୃଷ୍ଠାରେ ନିଜର ନାମ ଲେଖିଛନ୍ତି । ଜାନୁଆରି ୨୯ ତାରିଖ ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ୭ୱିକେଟ୍ ନେଇ ଇଂଲଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ଦଳର ଏହି ବିଜୟରେ ଅର୍ଚ୍ଚନା ଦେବୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଅର୍ଚ୍ଚନାଙ୍କ ଜୀବନ ଥିଲା ମୂଳରୁ ସଂଘର୍ଷପୂର୍ଣ୍ଣ । ତାଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା ସେତେବେଳେ କ୍ୟାନସରରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ଏଭଳି ଦୁଃଖଦ ସମୟରେ ବୋଝ ଉପରେ ଲଳିତା ବିଡା ପରି ତାଙ୍କ ବଡ଼ ଭାଇ ମଧ୍ୟ ସର୍ପାଘାତରେ ମୃତ୍ୟୁ ବରଣ କରିଥିଲେ । ଏକାବେଳକେ ପୁଅ ଓ ସ୍ୱାମୀଙ୍କୁ ହରାଇ ଭାଙ୍ଗିପଡିଥିଲେ ଅର୍ଚ୍ଚନାଙ୍କ ମା । କିନ୍ତୁ ଜୀବନକୁ ମାନି ନଥିଲେ ହାର । ସାମାଜିକ ନିନ୍ଦା ସମାଲୋଚନା ଶୁଣିବା ସତ୍ୱେ ସେ ଝିଅକୁ ନେଇ ଦେଖିବାକୁ ଲାଗିଲେ ଓଜନିଆ ସ୍ୱପ୍ନ । ଯାହା ଆଜି ବସ୍ତବରେ ସତ ହୋଇଛି ।

Leave a Reply

Your email address will not be published. Required fields are marked *