Pratidin TV

Odisha's Digital News Platform

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ ; ବିଶ୍ୱ ଦେଖିଲା ଭାରତୀୟ ବୋଲରଙ୍କ କମାଲ …

1 min read

ନୂଆଦିଲ୍ଲୀ : ଦୀର୍ଘ ୨୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ବର୍ଷା ବାଧକ ସତେ ପାକିସ୍ତାନ ବିପକ୍ଷରେ ବଡ ସ୍କୋର କରି ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ସଂଘର୍ଷ କରିଥିଲେ ମଧ୍ୟ ବିଜୟକୁ ହାତଛଡା କରିନାହନ୍ତି । ଗତକାଲି ଭାରତ ରୋମାଞ୍ଚକର ଭାବେ ଶ୍ରୀଲଙ୍କାକୁ ୪୧ରନ୍‌ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି । ଭାରତ ୨୧୩ ରନ୍‌ରେ ମାମୁଲି ସ୍କୋର କରିଥିଲା । କିନ୍ତୁ ଦଳର ପେସ୍ ଓ ସ୍ପିନ୍ ଆକ୍ରମଣ ଆଗରେ ଶ୍ରୀଲଙ୍କା ଶେଷକୁ ହାର୍ ମାନିନଥିଲା । ଏହି ରୋମାଞ୍ଚଭରା ମ୍ୟାଚ୍‌ରେ ରନ୍ କମ୍ ହୋଇଥିଲେ କିନ୍ତୁ ବୋଲିଂ ଦୃଷ୍ଟିରୁ ଏହା ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦେଇଥିଲା ।
ଭାରତ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍ରେ ସମସ୍ତ ୱିକେଟ ହରାଇ ୨୧୩ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୩ ରନ କରିଥିବା ବେଳେ ରାହୁଲ ୩୯ ଓ ଈଶାନ କିଶନ ୩୩ ରନ ଇନିଂସ ଖେଳିଥିଲେ। ତେବେ ଭଲ ଆରମ୍ଭ ସତ୍ତ୍ୱେ ଭାରତ ବଡ଼ ସ୍କୋର କରି ପାରି ନଥିଲା। ୱେଲାଲାଗେ ଓ ଚରିଥା ଅସଲଙ୍କା ଭାରତୀୟ ବ୍ୟାଟିଂ ଲାଇନକୁ ଅପକୁ ଛିନଛତ୍ର କରି ଦେଇଥିଲେ। ୱେଲାଲାଗେ ୫ ଓ ଅସଲଙ୍କା ୪ ୱିକେଟ ଦଖଲ କରିଥିଲେ।

୨୧୪ ରନର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ୨୫ ରନ ଭିତରେ ଶ୍ରୀଲଙ୍କାର ୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ବୁମ୍ରା ଦୁଇଟି ଓ ସିରାଜ ଗୋଟିଏ ସଫଳତା ପାଇଥିଲେ। ଏହାପରେ ସଦୀରା ସମରାବିକ୍ରମା(୧୭) ଓ ଅସଲଙ୍କା(୨୨) ଲଢ଼େଇ କରିଥିଲେ।
କିନ୍ତୁ କୁଲଦୀପ ଏମାନଙ୍କୁ ଆଉଟ କରି ଭାରତର କମବ୍ୟାକ କରାଇଥିଲେ। ତେବେ ଦଳୀୟ ସ୍କୋର ୧୬୨ ଥିବା ବେଳେ ୪୧ ରନ କରିଥିବା ଡି’ସଲଭାଙ୍କୁ ଜାଡେଜା ଆଉଟ କରି ପୂରା ମ୍ୟାଚ୍ରେ ଟ୍ୱିଷ୍ଟ ଆଣିଥିଲେ। ତଥାପି ୱେଲାଲାଗେ କ୍ରିଜ୍ରେ ଥିବାରୁ ମ୍ୟାଚ୍ର ମୋଡ଼ ଶ୍ରୀଲଙ୍କା ଆଡ଼କୁ ଯାଇପାରେ ବୋଲି କୁହାଯାଉଥିଲା। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ କରିଥିବା ତିକଶାନାଙ୍କୁ ଆଉଟ କରିଥିଲେ।

Advertisement

୪୧ ତମ ଓଭର ବୋଲିଂ କରିବାକୁ ଆସିଥିଲେ କୁଲଦୀପ ଯାଦବ। ସେ ପ୍ରଥମ ବଲରେ କସୁନ ରଜିଥା ଓ ତୃତୀୟ ବଲରେ ପଥିରାଣାଙ୍କୁ ଆଉଟ କରି ଶ୍ରୀଲଙ୍କା ଇନିଂସକୁ ୧୭୨ ରନରେ ଅଟକାଇ ଦେଇଥିଲେ। ୱେଲାଲାଗେ ନନ ଷ୍ଟ୍ରାଇକ ଏଣ୍ଡରେ ଶେଷ ଯାଏ ୪୨ ରନ କରି ରହି ଯାଇଥିଲେ। ତାଙ୍କୁ ଷ୍ଟ୍ରାଇକ ହିଁ ମିଳି ନଥିଲା। ଭାରତ ୪୧ ରନରେ ମ୍ୟାଚ୍କୁ ଜିତି ସିଧାସଳଖ ଫାଇନାଲରେ ପ୍ରବେଶ କରିଛି।

Leave a Reply

Your email address will not be published. Required fields are marked *