Pratidin TV

Odisha's Digital News Platform

ଚାଇନାକୁ ହରାଇ ୫ମ ଥର ପାଇଁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ

1 min read

ଚୀନକୁ ହରାଇ ୫ମ ଥର ପାଇଁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିକୁ ହାତେଇଲା ଭାରତୀୟ ପୁରୁଷ ହକି ଟିମ |ଚୀନ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିଲେ ମଧ୍ୟ ଭାରତ ଆଗରେ ମୁଣ୍ଡ ନୁଆଁଇଛି | ଫାଇନାଲ ଖେଳରେ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କଡା ସଂଘର୍ଷ ସହ ଚୀନକୁ ୧-0 ରେ ହରାଇ ଟ୍ରଫି ଜିତିଛି | ଭାରତ ପକ୍ଷରୁ ଯୁବରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି | ଏହି ଗୋଲଟି ଶେଷ କ୍ଵାଟରରେ ମିଳିଥିଲା | ତେବେ ଭାରତ ତାହାର ଏସିଆନ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା | ତେବେ ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିଅନ ହୋଇଛି ଭାରତ | ତେବେ ପୂର୍ବରୁ ମାଲେସିଆକୁ ୪-୩ରେ ହରାଇ ଟ୍ରଫି ହାତେଇଥିବା ବେଳେ ଚଳିତ ଥର ଚାଇନାକୁ ହରାଇ ଚାମ୍ପିଅନ ହୋଇଛି | ଏହି ବିଜୟ ପରେ ଭରତୀୟ ଟିମଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି | ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଥିବା ବେଳେ ଭାରତୀୟ ଦଳ ପାଇଁ ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି | ବିଜୟ ଟିମରେ ଥିବା ସମସ୍ତ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ମିଳିବ | ସେଥିସହ ସହ ସ୍ପୋର୍ଟ ଷ୍ଟାଫଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି | ତେବେ ଏହି ସମୟରେ ଫାଇନାଲ ବେଳର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି |

ଭାରତ ଓ ଚାଇନା ମଧ୍ୟରେ ଖେଳାଯାଉଥିବା ଫାଇନାଲରେ ପାକିସ୍ତାନ ଖେଳାଳିମାନେ ଉପସ୍ଥିତ ରହିଥିଲେ ଏବଂ ଚାଇନା ସେମିରେ ପାକିସ୍ତାନକୁ ହରାଇଥିଲା | ହେଲେ ଫାଇନାଲରେ ପାକିସ୍ତାନର ଖେଳାଳିମାନେ ଚାଇନାର ସମର୍ଥନ କରିଥିଲେ | ସେମାନେ ଚାଇନା ଖେଳାଳିଙ୍କୁ ଉତ୍ସାହିତ କରିବା ସହ ମ୍ୟାଚ ବେଳେ ଚାଇନାର ପତାକା ମଧ୍ୟ ଧରିଥିଲେ | ତୃତୀୟ କ୍ଵାଟର ଯାଏଁ ମ୍ୟାଚରେ କୌଣସି ଗୋଲ ସ୍କୋର କରିପାରିନଥିବାରୁ ପାକିସ୍ତାନ ଖେଳାଳିମାନେ ବେଶ ଉତ୍ସାହିତ ମଧ୍ୟ ଥିଲେ ଏହାସହ ଚାଇନା ପତାକା ଉଡ଼ାଇଥିଲେ | କିନ୍ତୁ ଚତୁର୍ଥ କ୍ଵାଟର ଅର୍ଥାତ ୫୧ ମିନିଟରେ ଯୁବରାଜ ଭାରତ ପାଇଁ ଗୋଲ ମାରିବା ପରେ ପାକିସ୍ତାନଙ୍କ କୋଚ ଓ ଖେଳାଳିଙ୍କ ମୁହଁ ଫିକା ପଡିଯାଇଥିଲା | ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ହେଉଛି ଭାଇରାଲ |

Leave a Reply

Your email address will not be published. Required fields are marked *