Pratidin TV

Odisha's Digital News Platform

ଜିମ୍ବାୱେକୁ ୪୨ ରନରେ ପରାସ୍ତ କରି ୪-୧ରେ ସିରିଜ ଜିତିଲା ଭାରତ

1 min read

ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍‌ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି। ଗତକାଲି ଜୁଲାଇ ୧୪ ରେ ଶେଷ ମ୍ୟାଚ୍‌କୁ ମଧ୍ୟ ଦଳ ୪୨ରେ ବାଜିମାତ କରିଛି। ଏଥିସହ ଟି-୨୦ କ୍ରିକେଟରେ ବିଶ୍ୱ ବିଜେତା ଭାରତ ନିଜ ଦବଦବା ଅକ୍ଷୁଣ୍ଣ ରଖିବାକୁ ସକ୍ଷମ ହୋଇଛି।

ଜୁଲାଇ ୧୪ରେ ହାରାରେ ସ୍ପୋର୍ଟସ କ୍ଲବଠାରେ ଭାରତ-ଜିମ୍ବାୱେ ସହ ଶେଷ ମ୍ୟାଚ ହୋଇଥିଲା | ଯେଉଁଠାରେ ଜିମ୍ବାୱେ ଟସ ଜିତ ଭାରତକୁ ବ୍ଯାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମ ବ୍ଯାଟିଂ କରି ୬ୱିକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲା ଭାରତ । ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନ କରିଥିଲେ ।

Advertisement

ଯଶସ୍ବୀ ଜୟସ୍ବାଲ ୧୨ ରନ ଓ ଶୁଭମନ ଗିଲ ୧୩ ରନ କରି ଆଉଟ ହୋଇଥିଲେ । ରିୟାନ ପରାଗ୍ ୨୨ ରନ ଓ ଶିବମ ଦୁବେ ୨୬ ଓ ରିଙ୍କୁ ସିଂ ୧୧ ରନ କରିଥିଲେ । ତେବେ ୧୬୮ ରନର ଲକ୍ଷ୍ୟର ପିଛା କରିବାକୁ ଯାଇ ଜିମ୍ବାଓ୍ବେ ୧୮ ଓଭର ୩ଟି ବଲରେ ସମସ୍ତ ୱିକେଟ ହରାଇ ୧୨୫ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଡାୟନ ମାୟର୍ସ ୩୪ ରନ କରିଥିବାବେଳେ ଟାଡିଓ୍ବାନସେ ମାରୁମାନି ଓ ଫରାଜ ଆକ୍ରାମ ୨୭ ରନ ଲେଖାଏଁ କରିଥିଲେ ।

Leave a Reply

Your email address will not be published. Required fields are marked *